ଓଡିଶା

odisha

ETV Bharat / city

ଗୋଟିଏ ଦିନରେ ସୁନ୍ଦରଗଡରୁ 7 କୋରୋନା ପଜିଟିଭ, ସାନିଟାଇଜ ହେଉଛି ସହର

ଗୋଟିଏ ଦିନରେ ସୁନ୍ଦରଗଡ ଜିଲ୍ଲାରୁ 7 କୋରୋନା ଆକ୍ରାନ୍ତ ଚିହ୍ନଟ । ଜିଲ୍ଲାରେ କୋରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଜିଲ୍ଲାର ବିଭିନ୍ନ ସ୍ଥାନକୁ ସାନିଟାଇଜ କରାଯାଉଛି । ଅଧିକ ପଢନ୍ତୁ...

ଗୋଟିଏ ଦିନରେ ସୁନ୍ଦରଗଡରୁ 7 କୋରୋନା ପଜିଟିଭ
ଗୋଟିଏ ଦିନରେ ସୁନ୍ଦରଗଡରୁ 7 କୋରୋନା ପଜିଟିଭ

By

Published : May 13, 2020, 3:30 PM IST

ରାଉରକେଲା: ସୁନ୍ଦରଗଡରେ ଡରାଉଛି କୋରୋନା । ଆଜି ଗୋଟିଏ ଦିନରେ 7 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ବର୍ତ୍ତମାନ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା 23କୁ ବୃଦ୍ଧି ହୋଇଛି । ତେବେ ଏହି ସମସ୍ତ ଆକ୍ରାନ୍ତ କଣ୍ଟେନମେଣ୍ଟ ଜୋନର ବୋଲି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି । ସମସ୍ତ କୋରୋନା ଆକ୍ରାନ୍ତ ରାଉରକେଲାର କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

ଗୋଟିଏ ଦିନରେ ସୁନ୍ଦରଗଡରୁ 7 କୋରୋନା ପଜିଟିଭ

ସେପଟେ ଏହି 23 ସଂକ୍ରମିତଙ୍କ ମଧ୍ୟରୁ 10ଜଣ ସୁସ୍ଥ ହୋଇଛନ୍ତି । ଫଳରେ ଏବେ ସକ୍ରିୟ ମାମଲା 13 ରହିଛି । ଦିନକୁ ଦିନ ଜିଲ୍ଲାରେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ବୁଧବାର(ଆଜି) ଦମକଳବାହିନୀଙ୍କ ଦ୍ବାରା ସହରର ବିଭିନ୍ନ ସ୍ଥାନକୁ ବିଶୋଧନ କରାଯାଇଛି । ପାୱାର ହାଉସ ରୋଡ, ଡେଲିମାର୍କେଟ ଓ ଅନ୍ୟାନ୍ୟ କେତେକ ସ୍ଥାନକୁ ସାନିଟାଇଜ କରାଯାଇଛି ।

ଏହା ସହ ଜିଲ୍ଲବାସୀଙ୍କୁ ଆବଶ୍ୟକ ନଥିଲେ ଘରୁ ନ ବାହାରିବାରୁ ମଧ୍ୟ ପରାମର୍ଶ ଦିଆଯାଇଛି । ବାହାରକୁ ବାହାରିବା ସମୟରେ ମୁହଁରେ ମାସ୍କ ବ୍ୟବହାର କରିବାକୁ କୁହଯାଇଛି । କଣ୍ଟେନମେଣ୍ଟ ଜୋନ ଓ ବଫର ଜୋନ ଅତ୍ୟାବଶ୍ୟକୀୟ ସାମଗ୍ରୀ ବଣ୍ଟନ ବ୍ୟବସ୍ଥାକୁ ସୁପରିଚାଳିତ କରିବାକୁ ଉକ୍ତ ଅଞ୍ଚଳର ଲୋକମାନେ ପ୍ରଶାସନକୁ ନିବେଦନ କରିଛନ୍ତି ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details