ଓଡିଶା

odisha

ETV Bharat / city

ପୁଣି ରଘୁନାଥପାଲ୍ଲୀରୁ ଲଢ଼ିବେ ସୁବ୍ରତ ତରାଇ, କର୍ମୀ ଉତ୍ସାହିତ

ରାଉରକେଲାରେ ସୁବ୍ରତ ତରାଇଙ୍କୁ ଜୋରଦାର ସ୍ବାଗତ । ରଘୁନାଥପାଲ୍ଲୀରୁ ପୁଣିଥରେ ବିଜେଡି ବିଧାୟକ ପ୍ରାର୍ଥୀ ହୋଇଛନ୍ତି ।

By

Published : Mar 21, 2019, 11:33 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ରଘୁନାଥପାଲ୍ଲୀ ଆସନ ଲାଗି ବର୍ତ୍ତମାନର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସୁବ୍ରତ ତରାଇଙ୍କୁ ପୁଣିଥରେ ପ୍ରାର୍ଥୀ କରିଛି ବିଜେଡି । ସେ ଆଜି ରାଉରକେଲା ପହଞ୍ଚିବା ପରେ ବିଜୁ ପଟ୍ଟନାୟକ ଛକ ଠାରେ ତାଙ୍କୁ ସମର୍ଥକ ମାନେ ଭବ୍ୟ ସ୍ବାଗତ କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ଏଠାରେ ପହଞ୍ଚିବା ପରେ ସେ ପ୍ରଥମେ ବିଜୁ ବାବୁଙ୍କ ପ୍ରତିମାରେ ମାଲ୍ୟାର୍ପଣ କରିଥିଲେ । ଏହି ଅବସରରେ ସମର୍ଥକ ମାନେ ଉତ୍ସାହିତ ହୋଇ ତାଙ୍କୁ ବିପୁଳ ସ୍ବାଗତ କରିଛନ୍ତି । ସୂଚନାଯୋଗ୍ୟ, ରଘୁନାଥପାଲ୍ଲୀ ଅଞ୍ଚଳରେ ଚଳିତ ଥର ସୁବ୍ରତ ତରାଇଙ୍କ ପ୍ରାର୍ଥୀତ୍ବକୁ ବିରୋଧ କରାଯାଇଥିଲା । ତେବେ ସୁପ୍ରିମୋ ତାଙ୍କ ଉପରେ ଆସ୍ଥା ପ୍ରକଟ କରି ପୁଣିଥରେ ଟିକେଟ ଦେଇଛନ୍ତି ।

ଅନ୍ୟପଟେ ବିଜେଡି ପ୍ରାର୍ଥୀ ଆଶାୟୀ ଥିବା ପ୍ରଶାନ୍ତ ସେଠୀ ଗତକାଲି ଅସନ୍ତୋଷ ବ୍ୟକ୍ତକରି ବିଜେଡି ଛାଡିଛନ୍ତି । ତେବେ ଏହି ବିରୋଧକୁ କିଛି ସ୍ବାର୍ଥପର ଲୋକଙ୍କ କାମ ବୋଲି ସୁବ୍ରତ କହିଛନ୍ତି । ଏହାସହ ରଘୁନାଥପାଲ୍ଲୀ ଅଞ୍ଚଳରେ ହୋଇଥିବା ବିକାଶ କାର୍ଯ୍ୟକୁ ଆଧାର କରି ସେ ଭୋଟରଙ୍କ ପାଖକୁ ଯିବେ ବୋଲି ଜଣାଇଛନ୍ତି ।


ସେପଟେ ଏହି ଆସନରେ କଂଗ୍ରେସ କିମ୍ବା ବିଜେପି ଏଯାଏଁ ପ୍ରାର୍ଥୀ ଘୋଷଣା କରି ନାହାନ୍ତି । ଏଣୁ ସୁବ୍ରତ ତରାଇଙ୍କ ବିରୋଧରେ ବିଜେପି ଏବଂ କଂଗ୍ରେସ କାହାକୁ ମୈଦାନକୁ ଆଣିବେ ଏହା ଉପରେ ସମସ୍ତଙ୍କ ନଜର ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details