ଓଡିଶା

odisha

ETV Bharat / city

ରାଉରକେଲାବାସୀ ମାନିଲେ ନିୟମ, ସଫଳ କଲେ ପ୍ରଥମ ସଟଡାଉନ

ରାଉରକେଲାରେ ପ୍ରଥମ ସପ୍ତାହିକ ସଟଡାଉନ ସଫଳ । ସଟଡାଉନ ନିୟମମାନି ଲୋକେ ଘରୁ ବାହାରୁ ନାହାଁନ୍ତି । ଦୋକାନ ବଜାର ବନ୍ଦ ଥିବା ଦେଖିବାକୁ ମିଳିଛି ।

ରାଉରକେଲା ପ୍ରଥମ ସଟଡାଉନ ସଫଳ:  ଛକରେ ପୋଲିସ ମୁତୟନ, ଘରୁ ବାହାରୁ ନାହାଁନ୍ତି ଲୋକେ
ରାଉରକେଲା ପ୍ରଥମ ସଟଡାଉନ ସଫଳ: ଛକରେ ପୋଲିସ ମୁତୟନ, ଘରୁ ବାହାରୁ ନାହାଁନ୍ତି ଲୋକେ

By

Published : Jul 11, 2020, 1:19 PM IST

Updated : Jul 11, 2020, 1:44 PM IST

ରାଉରକେଲା: ସହରରେ କୋରୋନା ମାମଲା ବୃଦ୍ଧି ପାଉଥିବାରୁ ଏହାର ସଂକ୍ରମଣ ରୋକିବା ପାଇଁ ଦୁଇ ଦିନିଆ ସହରକୁ ସଟଡାଉନ କରାଯାଇଛି । ଏହାର ପ୍ରଭାବ ବେଶ୍‌ ଦେଖିବାକୁ ମିଳିଛି । ସହରରେ ଦୋକାନ ବଜାର ତଥା ସବୁ ମାର୍କେଟ ବନ୍ଦ ରହିଛି ଓ ଲୋକେ ମଧ୍ୟ ଘରୁ ବାହାରୁ ନାହାଁନ୍ତି ।

ଶନିବାର ବିଭିନ୍ନ ଛକରେ ପୋଲିସ ମୁତୟନ କରଯାଇଥିଲା । ଲୋକଙ୍କୁ ବିନା କାରଣରେ ଘରୁ ବାହାରିବା ପାଇଁ ବାରଣ କରାଯାଇଥିଲା । ସକାଳୁ ସହରର ମୁଖ୍ୟ ବଜାର ସହିତ ଇସ୍ପାତ ଅଞ୍ଚଳର ମାର୍କେଟ ଗୁଡିକର ସମାନ ପରିସ୍ଥିତି ରହିଛି । ଦୋକାନ ବଜାର ବନ୍ଦ ରହିଥିବା ଦେଖିବାକୁ ମିଳିଛି ।

ରାଉରକେଲାବାସୀ ମାନିଲେ ନିୟମ, ସଫଳ କଲେ ପ୍ରଥମ ସଟଡାଉନ

ସହରରେ କୋଭିଡ-19ର ସଂକ୍ରମଣକୁ ରୋକିବା ପାଇଁ ଜିଲ୍ଲାପାଳ 31 ତାରିଖ ଯାଏଁ ଶନିବାର ଓ ରବିବାର ସଟଡାଉନର ଘୋଷଣା କରିଛନ୍ତି । ପ୍ରଥମଥର ଦେଖା ଯାଇଛି କି, ପୋଲିସ ସତର୍କ ରହିଛି ଓ ଲୋକମାନେ ମଧ୍ୟ ସଚେତନ ହୋଇ ସଟଡାଉନରେ ଘରେ ରହୁଛନ୍ତି ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Last Updated : Jul 11, 2020, 1:44 PM IST

ABOUT THE AUTHOR

...view details