ରାଉରକେଲା: ଲୋନ ଫେରାଇବାକୁ 6 ମାସ ସମୟ ମାଗିଲେ ଏସଏଚଜି ମହିଳା । ଲକଡାଉନ ଯୋଗୁଁ ଏସଏଚଜି ମହିଳାମାନେ ଲୋନ ଫେରସ୍ତ କରିପାରୁନାହାନ୍ତି। ସେଥିପାଇଁ ସେମାନଙ୍କୁ 6 ମାସ ସମୟ ଦିଆଯାଉ ବୋଲି ଦାବି କରିଛନ୍ତି ଏସଏଚଜି ମହିଳା ।
ସୂଚନା ଅନୁଯାୟୀ, ସୁନ୍ଦରଗଡ ଜିଲ୍ଲାର ବଣାଇ ଏବଂ ଖୁଟୁଗା ଅଞ୍ଚଳର ପ୍ରାୟ 30 ରୁ 40ଟି ଏସଏଚଜି ଗ୍ରୁପ ର ମହିଳାମାନେ ବିଭିନ୍ନ ଲୋନ କରି ବେପାର କରୁଥିଲେ । ସେମାନେ ଚାଉଳ, ପନିପରିବା, କୁକୁଡା ଆଦି ଚାଷ କରି ପରିବାର ପୋଷଣ କରୁଥିଲେ । ଚାଷରୁ ଯାହା ଟଙ୍କା ମିଳୁଥିଲା ସେଥିରେ ଲୋନ ମଧ୍ୟ ଶୁଝୁଥିଲେ । ଲକଡାଉନ ଯୋଗୁ ଗତ 3 ମାସ ହେବ ସେମାନଙ୍କ ବେପାର ବନ୍ଦ ଅଛି । ଏଭଳି ପରିସ୍ଥିତିରେ ଲୋନ୍ ଶୁଝିବାକୁ ସେମାନେ ଅସମର୍ଥ ।