ରାଉରକେଲା: ଆଉ ଦିନ କେଇଟା ପରେ ପବିତ୍ର ମକର ସଂକ୍ରାନ୍ତି। ଦେଶର ବିଭିନ୍ନ ଭାଗରେ ତିଳକୁଟର ଚାହିଦା ରହିଛି। ବିହାରର ଗୟାର ତିଳକୁଟ ବିଶ୍ବ ପ୍ରସିଦ୍ଧ। ହେଲେ ରାଉରକେଲାରେ ଗତ କେତେ ବର୍ଷ ହେଲା ବିହାର ଗୟାରୁ କାରିଗର ଆସି ତିଳକୁଟ ତିଆରି କରୁଛନ୍ତି। ରାଉରକେଲାରେ ଗୟା ଭଳି ତିଳକୁଟ ପ୍ରସ୍ତୁତ କରାଯାଇ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ପଠାଯାଉଛି।
ତିଳକ ଆଣି ଭାଜିବା ପରେ ଚିନିର ଶିରା ତିଆରି କରି ତାକୁ ମିଶାଇ କୁଟି କୁଟି ତିଳକୁଟ ତିଆରି କରିବା ପ୍ରକ୍ରିୟା ପରେ ପ୍ୟାକିଂ କରି ଏହାକୁ ବଜାରରେ ଛଡା ଯାଉଛି। ଗୁଡ଼ ତଥା ଚିନିରେ ଅଲଗା ଅଲଗା ଏହାକୁ ତିଆରି କରାଯାଉଛି। ଗତ ବର୍ଷ ଅପେକ୍ଷା ଦର ଟିକେ ଅଧିକା ରହିବାର କାରଣ ହେଉଛି ତିଳର ଦର ବୃଦ୍ଧି।