ଓଡିଶା

odisha

ETV Bharat / city

କୋଏଲ ନଦୀ ପୋଲରେ ସ୍କୁଟିରେ ଲାଗିଲା ନିଆଁ

ହୋଣ୍ଡା ଆକ୍ଟିଭା ଗାଡିରେ ଲାଗିଲା ନିଆଁ । ନିଆଁ ଦେଖି ଘଟଣାସ୍ଥଳରେ ଜମିଥିଲା ଲୋକଙ୍କ ଭିଡ଼ । ଅଗ୍ନୀଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।

By

Published : Jun 23, 2019, 3:38 AM IST

ଫଟୋ ସୌଜନ୍ୟ : ସମ୍ବାଦଦାତା,ରାଉରକେଲା

ରାଉରକେଲା : କୋଏଲ ନଦୀ ପୋଲ ଉପରେ ଥିବା ଗାଡିରେ ହଠାତ ନିଆଁ । ପୋଲ ଉପରେ ଛିଡା ହୋଇଥିବା ହୋଣ୍ଡା ଆକ୍ଟିଭା ଗାଡିରେ ହଠାତ୍ ନିଆଁ ଲାଗିଥିଲା । ନିଆଁକୁ ଦେଖି ଘଟଣାସ୍ଥଳରେ ଜମିଥିଲା ଲୋକଙ୍କ ଭିଡ଼ । ଖବରପାଇ ଅଗ୍ନିଶମ ବିଭାଗର କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।

ସୂଚନା ଅନୁସାରେ, ଝିରପାଣିର ଖାଦିଅଟୋଲର ଅନିଲ ଏକ୍କା ନାମକ ଜଣେ ବ୍ୟକ୍ତି ତାଙ୍କର ଏହି ଗାଡି ଷ୍ଟାର୍ଟ କରିବା ପାଇଁ ଚେଷ୍ଟା କରୁଥିଲେ । ହେଲେ ଅନେକ ସମୟ ପର୍ଯ୍ୟନ୍ତ ଗାଡି ଷ୍ଟାର୍ଟ ହୋଇନଥିଲା । ଆଉ କିଛି ସମୟ ପରେ ଗାଡିରେ ନିଆଁ ଲଗାଇ ଦେଇଥିଲେ । ପ୍ରତ୍ୟେକ୍ଷଦର୍ଶୀଙ୍କ ମତରେ ଗାଡି ଦିର୍ଘ ସମୟ ଧରି ଷ୍ଟାର୍ଟ ନହେବାରୁ ଅନିଲ ରାଗରେ ଗାଡିରେ ନିଆଁ ଲଗାଇ ଦେଇଥିଲେ ।

ତେବେ ସେ ନିଜେ ଗାଡିରେ ନିଆଁ ଲଗାଇଥିଲେ ନା କୌଣସି ଦୁର୍ଘଟଣା ଯୋଗୁଁ ଗାଡିରେ ନିଆଁ ଲାଗିଥିଲା । ତଦନ୍ତ ପରେ ଘଟଣାର ପ୍ରକୃତ କାରଣ ଜଣାପଡିବ ।

ରାଉରକେଲାରୁ ରାଜେନ୍ଦ୍ର ପ୍ରସାଦ ମିଶ୍ର, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details