ଓଡିଶା

odisha

By

Published : Jan 24, 2022, 7:21 AM IST

ETV Bharat / city

ଡକାୟତି ଯୋଜନା ପଣ୍ଡ: 3 ଅଭିଯୁକ୍ତଙ୍କୁ ବାନ୍ଧିଲା ଉଦିତ ନଗର ପୋଲିସ

ରାଉରକେଲାରେ ଡକାୟତି ଯୋଜନା ପଣ୍ଡ । ୩ ଅଭିଯୁକ୍ତଙ୍କୁ ଗିରଫ କଲା ଉଦିତ ନଗର ଥାନା ପୋଲିସ । ଶୀତଳପଡା ଡମ୍ପିଂୟାର୍ଡ ଅଞ୍ଚଳରୁ ୩ ଅଭିଯୁକ୍ତ ଗିରଫ ସହ ମାରଣାସ୍ତ୍ର ଜବତ କରିଛି ପୋଲିସ । ଅଧିକ ପଢନ୍ତୁ

udit nagar police arrested accused in a robbery case
ଡକାୟତି ଯୋଜନା ପଣ୍ଡ; 3 ଅଭିଯୁକ୍ତଙ୍କୁ ଗିରଫ କଲା ରାଉରକେଲା ଉଦିତ ନଗର ଥାନା ପୋଲିସ

ସୁନ୍ଦରଗଡ: ରାଉରକେଲାରେ ଡକାୟତି ଯୋଜନା ପଣ୍ଡ । ୩ ଅଭିଯୁକ୍ତଙ୍କୁ ଗିରଫ କଲା ଉଦିତ ନଗର ଥାନା ପୋଲିସ । ଶୀତଳପଡା ଡମ୍ପିଂୟାର୍ଡ ଅଞ୍ଚଳରୁ ୩ ଅଭିଯୁକ୍ତ ଗିରଫ ସହ ମାରଣାସ୍ତ୍ର ଜବତ କରିଛି ପୋଲିସ ।

ଶନିବାର ରାତିରେ ଶୀତଳପଡା ଡମ୍ପିଂୟାର୍ଡରେ କିଛି ଦୁର୍ବୃତ୍ତ ଏକ ବଡ ଧରଣର ଡକାୟତି କରିବାର ଯୋଜନା କରୁଥିବାରେ ବିଶେଷ ସୂତ୍ରରୁ ଖବର ପାଇଥିଲା ଉଦିତନଗର ପୋଲିସ । ଏହା ପରେ ଥାନା ଅଧିକାରୀ ତୁରନ୍ତ ଘଟଣାସ୍ଥଳରେ ଚଢାଉ କରି 3 ଅଭିଯୁକ୍ତଙ୍କୁ କାବୁ କରିଥିଲେ ।

ଡକାୟତି ଯୋଜନା ପଣ୍ଡ; 3 ଅଭିଯୁକ୍ତଙ୍କୁ ଗିରଫ କଲା ରାଉରକେଲା ଉଦିତ ନଗର ଥାନା ପୋଲିସ

ଏଥିସହ ଆହୁରି କିଛି ଜଣ ଫେରାର ହୋଇ ଯାଇଥିବା ଜଣାପଡିଛି । ଫେରାର ଅଭିଯୁକ୍ତଙ୍କୁ ଧରିବା ଲାଗି ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି । ତେବେ ଏକ ଅଳଙ୍କାର ଦୋକାନ ଏବଂ ଜଣେ ପ୍ରତିଷ୍ଠିତ ବ୍ୟବସାୟୀଙ୍କ ଘରୁ ଡକାୟତି କରିବାକୁ ଅଭିଯୁକ୍ତମାନେ ଯୋଜନା କରୁଥିବା କହିଛି ପୋଲିସ ।

ଏନେଇ ରବିବାର ରାଉରକେଲା ଅତିରିକ୍ତ ଏସପି ବିକ୍ରମ କେଶରୀ ଭୋଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଗିରଫ ଅଭିଯୁକ୍ତଙ୍କ ପାଖରୁ ପୋଲିସ ୨ଟି ପିସ୍ତଲ, ୩ ରାଉଣ୍ଡୁ ଅଫୁଟା ଗୁଳି, ଖଣ୍ଡା, ଫାର୍ସା, କାତି ଆଦି ମାରଣାସ୍ତ୍ର ଜବତ କରିଛି ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details