ଓଡିଶା

odisha

ETV Bharat / city

ପେଟ୍ରୋଲ ପମ୍ପରେ ଲୁଟ ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ

: ସ୍ଥାନୀୟ କୋଇଡା ଥାନା ଅନ୍ତର୍ଗତ ଏମ୍‌ଆର୍‌ଏ ପେଟ୍ରୋଲ ପମ୍ପରେ ଗତ 26 ତାରିଖରେ ହୋଇଥିଲା ଲୁଟ ଉଦ୍ୟମ । ବନ୍ଧୁକ ଦେଖାଇ ହୋଇଥିବା ଏହି ଲୁଟରେ ମୁଖ୍ୟ ଅଭିଯୁକ୍ତ ଭିସାଲ ପ୍ରସାଦ ରାମକୁ ରବିବାର ଗିରଫ କରିଛି କୋଇଡା ପୋଲିସ ।

By

Published : Aug 18, 2019, 5:18 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ରାଉରକେଲା: ସ୍ଥାନୀୟ କୋଇଡା ଥାନା ଅନ୍ତର୍ଗତ ଏମ୍‌ଆର୍‌ଏ ପେଟ୍ରୋଲ ପମ୍ପରେ ଗତ 26 ତାରିଖରେ ହୋଇଥିଲା ଲୁଟ ଉଦ୍ୟମ । ବନ୍ଧୁକ ଦେଖାଇ ହୋଇଥିବା ଏହି ଲୁଟରେ ମୁଖ୍ୟ ଅଭିଯୁକ୍ତ ଭିସାଲ ପ୍ରସାଦ ରାମକୁ ରବିବାର ଗିରଫ କରିଛି କୋଇଡା ପୋଲିସ । ଗିରଫ ଅଭିଯୁକ୍ତ ପାଖରୁ ଗୋଟିଏ ବନ୍ଧୁକ, 3ଟି ଜୀବନ୍ତ ଗୁଳି ଓ ନଗଦ 25 ହଜାର ଟଙ୍କା ମଧ୍ୟ ଜବତ କରିଛି ପୋଲିସ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା
ପ୍ରକାଶ ଯେ ସମ୍ପୃକ୍ତ ଲୁଟ ଘଟଣାରେ ପୂର୍ବରୁ ଦୁଇ ଜଣଙ୍କୁ ଗିରଫ କରାଯାଇଥିଲା । ତେବେ ପେଟ୍ରୋଲ ପମ୍ପରେ ହୋଇଥିବା ସଶସ୍ତ୍ର ଡକାୟତି ଘଟଣା ପରେ ଅଭିଯୁକ୍ତମାନଙ୍କୁ ଧରିବା ପୋଲିସ ପାଇଁ ଏକ ବଡ ଚ୍ୟାଲେଞ୍ଜ ଥିଲା । ତଥାପି ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି କୋଇଡା ପୋଲିସ ବୋଲି ସୂଚନା ଦେଇଛନ୍ତି କୋଇଡା ଆଇଆଇସି ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details