ଓଡିଶା

odisha

ETV Bharat / city

ନିର୍ବାଚନ ପାଇଁ କଂଗ୍ରେସ-ସିପିଆଇଏମ ମେଣ୍ଟ

ଚଳିତ ନିର୍ବାଚନ ପାଇଁ କଂଗ୍ରେସ ସହ ମେଣ୍ଟ କରିଛି ସିପିଆଇଏମ । ରାଉରକେଲା ସିଟୁ କାର୍ଯ୍ୟାଳୟରେ ଉଭୟ ଦଳ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା । ଚଳିତ ନିର୍ବାଚନରେ ଉଭୟ ଦଳ କେନ୍ଦ୍ର ସରକାରଙ୍କ ବିରୋଧରେ କାମ କରିବେ ବୋଲି ସୂଚନା ମିଳିଛି ।

By

Published : Mar 30, 2019, 8:37 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ରାଉରକେଲା: ଚଳିତ ନିର୍ବାଚନ ପାଇଁ କଂଗ୍ରେସ ସହ ମେଣ୍ଟ କରିଛି ସିପିଆଇଏମ । ଏନେଇ ରାଉରକେଲା ସିଟୁ କାର୍ଯ୍ୟାଳୟରେ ଉଭୟ ଦଳ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା । ଯେଉଁଥିରେ କେନ୍ଦ୍ର ଉପରେ ବର୍ଷିଛନ୍ତି ଉଭୟ ଦଳ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ଏହାସହ ନିର୍ବାଚନରେ ଉଭୟ ଦଳ କେନ୍ଦ୍ର ସରକାରଙ୍କ ବିରୋଧରେ କାମ କରିବେ । ଏହି ଲଢେଇ କେନ୍ଦ୍ର ସରକାରଙ୍କ ଜନ ବିରୋଧୀ କାର୍ଯ୍ୟ ତଥା ଧର୍ମ ନିରପେକ୍ଷତା ପାଇଁ ହେବ । ଯାହାର ଫାଇଦା ସମ୍ପୂର୍ଣ୍ଣ ଜିଲ୍ଲାରେ ହେବ ବୋଲି କଂଗ୍ରେସ ପ୍ରାର୍ଥୀ ଜର୍ଜ ତିର୍କୀ କହିଛନ୍ତି ।

ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସର ସୁନ୍ଦରଗଡ଼ ଲୋକସଭା ପାର୍ଥି ଜର୍ଜ ତିର୍କୀ, ବଣାଇ ସିପିଆଇଏମ ପ୍ରାର୍ଥୀ ଲକ୍ଷ୍ମଣ ମୁଣ୍ଡା , ସିପିଆଇଏମର ରାଜ୍ୟ ସମ୍ପାଦକ ବିଷ୍ଣୁ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details