ରାଉରକେଲା: ପ୍ରଦୂଷଣ ରୋକିବା ପାଇଁ ଗୋଟିଏ ପାଦ ଆଗକୁ ବଢାଇଛି ରାଉରକେଲା ସହର । ଏନେଇ ପଶ୍ଚିମ ଓଡିଶାରେ ପ୍ରଥମ ଥର ପାଇଁ ଉଦ୍ଘାଟିତ ହୋଇଛି ସିଏନ୍ଜି ଷ୍ଟେସନ । ତେବେ ସ୍ଥାନୀୟ ଛେଣ୍ଡ୍ ପେଟ୍ରୋଲ ପମ୍ପରେ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ ଓ ଗେଲର ଅଫିସରମାନଙ୍କ ଉପସ୍ଥିତିରେ ଏହି ସିଏନ୍ଜି ଷ୍ଟେସନ୍ ଉଦ୍ଘାଟିତ ହୋଇଥିବା ଜଣାପଡିଛି ।
ସହରରେ ବର୍ତ୍ତମାନ ଏକ ମୁଖ୍ୟ ସମସ୍ୟା ଭାବେ ଉଭା ହୋଇଛି ଗାଡି ଜନିତ ପ୍ରଦୂଷଣ । କାରଣ ଜନସଂଖ୍ୟା ସହ ବଢିବାରେ ଲାଗିଛି ଗାଡି ସଂଖ୍ୟା । ଫଳରେ ସମ ପରିମାଣରେ ବଢିବାରେ ଲାଗିଛି ପ୍ରଦୂଷଣର ମାତ୍ରା । ତେଣୁ ପ୍ରଦୂଷଣ ରୋକିବା ପାଇଁ ପେଟ୍ରୋଲ ଓ ଡିଜେଲ ପରିବର୍ତ୍ତେ ସିଏନ୍ଜିର ବ୍ୟବହାର ହେବା ଆବଶ୍ୟକ ବୋଲି ପ୍ରକାଶ କରିଥିଲେ ଉପସ୍ଥିତି ନେତୃବୃନ୍ଦ ।