ଓଡିଶା

odisha

ETV Bharat / city

ନିକଟରୁ ଦେଖିଥିଲି ଦୁଃଖ, ନେଇଥିଲି ସଂକଳ୍ପ:OAS ଟପ୍ପର - debasis panda

ଓଡିଶା ପ୍ରଶାସନିକ ସେବାରେ ଟପ୍ପର ହୋଇଛନ୍ତି ସୁନ୍ଦରଗଡ଼ ଜିଲ୍ଲାର ପୁଅ । ବଣାଇର ଦେବାଶିଷ ପଣ୍ଡା ହୋଇଛନ୍ତି ଓଏଏସ ଟପ୍ପର। ସେ Msc ପାଇଁ ପ୍ରସ୍ତୁତ ହେବା ସମୟରେ ଓଡିଶା ପ୍ରଶାସନିକ ସେବା ପାଇଁ ମଧ୍ୟ ନିଜକୁ ପ୍ରସ୍ତୁତ କରୁଥିବା କହିଛନ୍ତି ଦେବାଶିଷ । ଅଧିକ ଖବର ପଢନ୍ତୁ...

oas-topper-debasis-panda
oas-topper-debasis-panda

By

Published : Jan 6, 2020, 10:17 PM IST

Updated : Jan 6, 2020, 11:20 PM IST

ରାଉରକେଲା/ ଭୁବନେଶ୍ବର: ଓଡିଶା ପ୍ରଶାସନିକ ସେବାରେ ଟପ୍ପର ହୋଇଛନ୍ତି ସୁନ୍ଦରଗଡ଼ ଜିଲ୍ଲାର ପୁଅ । ବଣାଇର ଦେବାଶିଷ ପଣ୍ଡା ହୋଇଛନ୍ତି ଓଏଏସ ଟପ୍ପର। ସେ Msc ପାଇଁ ପ୍ରସ୍ତୁତ ହେବା ସମୟରେ ଓଡିଶା ପ୍ରଶାସନିକ ସେବା ପାଇଁ ମଧ୍ୟ ନିଜକୁ ପ୍ରସ୍ତୁତ କରୁଥିବା କହିଛନ୍ତି ଦେବାଶିଷ ।

‘ନିକଟରୁ ଦେଖିଥିଲି ଦୁଃଖ, ନେଇଥିଲି ସଂକଳ୍ପ’
ସେ କୁହନ୍ତି "ବହୁତ ପରିଶ୍ରମ କରିଥିଲେ କିନ୍ତୁ ଟପ୍ପର ହେବେ ବୋଲି ଚିନ୍ତା କରି ନଥିଲେ। ବଣାଇ ଭଳି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ତାଙ୍କ ଘର । ଲୋକଙ୍କ ସୁବିଧା ଅସୁବିଧା ଖୁବ ନିକଟରୁ ଦେଖିଛନ୍ତି, ଏହି ସହୁ ସମସ୍ୟାର ସମାଧାନ କରିବାକୁ ତାଙ୍କ ନିକଟରେ ପହଁଚିବେ ବୋଲି ଛୋଟ ବେଳୁ ସଂକଳ୍ପ ନେଇଥିବା କହିଛନ୍ତି ଦେବାଶିଷ ।

ଏହି ସଫଳତା ସମସ୍ତଙ୍କ ଆଶୀର୍ବାଦ ଦ୍ବାରା ସମ୍ଭବ ହୋଇ ପାରିଛି । ଏହାର ସମସ୍ତ ଶ୍ରେୟ ପିତାମାତାଙ୍କୁ ଦେଇଛନ୍ତି ଓଡିଶା ପ୍ରଶାସନିକ ସେବାର ଟପ୍ପର । ବାପା ପ୍ରସନ୍ନ ପଣ୍ଡା ଶିକ୍ଷକ ଥିବାବେଳ ମା ମଧ୍ୟ ଶିକ୍ଷକ ରହିଛନ୍ତି ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର ଓ ଭୁବନେଶ୍ବରରୁ ତାପସ କୁମାର ପରିଡା, ଇଟିଭି ଭାରତ

Last Updated : Jan 6, 2020, 11:20 PM IST

ABOUT THE AUTHOR

...view details