ଓଡିଶା

odisha

ETV Bharat / city

ବାତିଲ କର ଜିଲ୍ଲାପାଳଙ୍କ ବଦଳି - ରାଉରକେଲା

ସୁନ୍ଦରଗଡର ଜିଲ୍ଲାପାଳ ସୁରେନ୍ଦ୍ର କୁମାର ମିନାଙ୍କ ବଦଳି ବାତିଲ କରିବା ପାଇଁ ଜାତୀୟ ଅନୁସୂଚିତ ଜାତି ଓ ଜନଜାତି ଆୟୋଗ ଅନୁରୋଧ କରି ମୁଖ୍ୟ ଶାସନ ସଚିବଙ୍କୁ ଏକ ଚିଠି ଲେଖିଛନ୍ତି ।

ଜାତୀୟ ଅନୁସୂଚିତ ଜାତି ଓ  ଜନଜାତି  ଆୟୋଗଙ୍କ ଚିଠି

By

Published : Feb 21, 2019, 8:49 PM IST

ରାଉରକେଲା: ସୁନ୍ଦରଗଡ ଜିଲ୍ଲାପାଳଙ୍କ ବଦଳିକୁ ବାତିଲ କରିବାକୁ ଅନୁରୋଧ ହୋଇଛି । ଏନେଇ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି ଜାତୀୟ ଅନୁସୂଚିତ ଜାତି ଓ ଜନଜାତି ଆୟୋଗ ।

ସୁନ୍ଦରଗଡର ଜିଲ୍ଲାପାଳ ସୁରେନ୍ଦ୍ର କୁମାର ମିନାଙ୍କ ବଦଳି ବାତିଲ କରିବା ପାଇଁ ଜାତୀୟ ଅନୁସୂଚିତ ଜାତି ଓ ଜନଜାତି ଆୟୋଗ ଅନୁରୋଧ କରି ମୁଖ୍ୟ ଶାସନ ସଚିବଙ୍କୁ ଏକ ଚିଠି ଲେଖିଛନ୍ତି । ନିର୍ବାଚନ ପୂର୍ଵରୁ ରାଜ୍ୟ ସରକାର ସୁରେନ୍ଦ୍ର ମିନାଙ୍କୁ ତାଙ୍କ ପଦବୀରୁ ବଦଳି କରି ରାଉରକେଲା ମହାନଗର ନିଗମର କମିଶନର ରଶ୍ମିତା ପଣ୍ଡାଙ୍କୁ ନୂଆ ଜିଲ୍ଲାପାଳ ପଦରେ ଅବସ୍ଥାପିତ କରିଛନ୍ତି।

ଆୟୋଗ ପକ୍ଷରୁ ମୁଖ୍ୟ ଶାସନ ସଚିବଙ୍କୁ ଲେଖା ଯାଇଥିବା ଏହି ଚିଠିରେ ସ୍ପଷ୍ଟ କରାଯାଇଛି ଯେ, ଆୟୋଗ ଆଦିବାସୀଙ୍କ ବିସ୍ଥାପନ, ଜମି, ଚାକରି ତଥା ଅନ୍ୟ ବିଷୟକୁ ନେଇ ତଦନ୍ତ କରୁଛି । ଜିଲ୍ଲାପାଳ ଭାବରେ ସୁରେନ୍ଦ୍ର କୁମାର ମିନା ସକାରାତ୍ମକ ହୋଇ ଆୟୋଗକୁ ସହଯୋଗ କରୁଥିଲେ । ତେଣୁ ତାଙ୍କୁ ବଦଳି କରାଗଲେ ଆଦିବାସୀଙ୍କ ହକ ପାଇଁ ହେଉଥିବା କାର୍ଯ୍ୟ ପ୍ରଭାବିତ ହେବ ବୋଲି କହିଛି ଜନଜାତି ଆୟୋଗ ।

ନିର୍ବାଚନ ପୂର୍ଵରୁ ରାଜନୈତିକ ଭାବେ ବଦଳି ହେଉଥିବା କ୍ରମରେ ରାଜ୍ୟ ସରକାର ଜାତୀୟ ଅନୁସୂଚିତ ଜାତି ଓ ଜନଜାତି ଆୟୋଗର ଚିଠିକୁ କେତେ ଗୁରୁତ୍ୱ ଦେଉଛି ତା ଉପରେ ସମସ୍ତଙ୍କ ନଜର ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details