ଓଡିଶା

odisha

ETV Bharat / city

ସାମାନ୍ୟ ବଚସାରୁ ଯୁବକଙ୍କୁ ହତ୍ୟା

ସୋମବାର ସନ୍ଧ୍ୟା ସମୟରେ ରାଉରକେଲା ଶୀତଳପଡାରେ ସାମାନ୍ୟ ବଚସାରୁ ଜଣେ ଯୁବକଙ୍କୁ ଛୁରୀ ଭୂଷି ହତ୍ୟା କରାଯାଇଛି ।

By

Published : Mar 9, 2020, 10:28 PM IST

murder in rourkela
ସାମାନ୍ୟ ବଚସାରୁ ଯୁବକଙ୍କୁ ହତ୍ୟା

ରାଉରକେଲା: ସାମାନ୍ୟ ବଚସାରୁ ଯୁବକଙ୍କୁ ହତ୍ୟା । ସୋମବାର ସନ୍ଧ୍ୟା ସମୟରେ ରାଉରକେଲା ଶୀତଳପଡାରେ ସାମାନ୍ୟ ବଚସାରୁ ଜଣେ ଯୁବକଙ୍କୁ ଛୁରୀ ଭୂଷି ହତ୍ୟା କରାଯାଇଛି । ଯୁବକଙ୍କୁ ବଞ୍ଚାଇବାକୁ ଯାଇ ତାଙ୍କ ଭଉଣୀ ମଧ୍ୟ ଛୁରୀ ଆଘାତରେ ଆହତ ହୋଇଥିବା ଜଣାପଡିଛି ।

ସାମାନ୍ୟ ବଚସାରୁ ଯୁବକଙ୍କୁ ହତ୍ୟା

ସୂଚନା ଅନୁଯାୟୀ, ଶୀତଳପଡାରେ ରହୁଥିବା ସୋନୁ ଲୋହାର ଏବଂ କୁଅଁର ଲାକ୍ରାଙ୍କ ମଧ୍ୟରେ ସୋମବାର ବଚସା ହୋଇଥିଲା । ଘର ନାଳ ପାଣି ନିଷ୍କାସନକୁ ନେଇ ଏହି ଝଗଡା ଚାଲିଥିବା ବେଳେ କୁଅଁର ଘର ଭିତରୁ ଏକ ଛୁରୀ ଆଣି ସୋନୁର ଛାତିରେ ଭୂଷି ଦେଇଥିଲା । ଘଟଣା ସ୍ଥଳରେ ସୋନୁର ମୃତ୍ୟୁ ହୋଇଥିବା ବେଳେ ଭଉଣୀ ତାକୁ ବଞ୍ଚାଇବାକୁ ଉଦ୍ୟମ କରି ଛୁରୀ ମାଡରେ ଆହତ ହୋଇଛି । ପୋଲିସ ଅଭଯୁକ୍ତକୁ ଗିରଫ କରି ତଦନ୍ତ ଜାରି ରଖିଛନ୍ତି ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details