ଓଡିଶା

odisha

ETV Bharat / city

ପୁଣି ଥରେ ‘ମୋ ବହି ମୋ ସାଥି – Read to Lead’ ଅଭିଯାନକୁ ଜାତୀୟ ପୁରସ୍କାର - ମୋ ବହି ମୋ ସାଥି – Read to Lead

ମୋ ବହି ମୋ ସାଥି – Read to Lead ଅଭିଯାନକୁ ପୁଣି ମିଳିଛି ଜାତୀୟ ପୁରସ୍କାର । ନୂଆଦିଲ୍ଲୀରେ ଏହି ଅଭିଯାନକୁ ସ୍ମାର୍ଟ ସିଟିଜ୍ ଇଣ୍ଡିଆ ଆୱାର୍ଡ ସମାରୋହରେ ସମ୍ମାନିତ କରାଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

By

Published : May 24, 2019, 9:31 PM IST

ରାଉରକେଲା: ‘ମୋ ବହି ମୋ ସାଥି – Read to Lead’ ଅଭିଯାନକୁ ଜାତୀୟ ପୁରସ୍କାର । ନୂଆଦିଲ୍ଲୀରେ ଆୟୋଜିତ 5ମ ସ୍ମାର୍ଟ ସିଟିଜ ଇଣ୍ଡିଆ ଆୱାର୍ଡ ସମାରୋହରେ ଏକାଡେମିକ୍ ପ୍ରୋଗାମ ବର୍ଗରେ ରାଉରକେଲା ମହାନଗର ନିଗମ ମିଳିଛି ଏହି ପୁରସ୍କାର ।

ଆଗକୁ ବଢିବା ପାଇଁ ପଢିବା ଦରକାର। ପଢିଲେ ବଢିବା ଏହି ମୂଳମନ୍ତ୍ର ନେଇ ରାଉରକେଲା ମହାନଗର ନିଗମ ପକ୍ଷରୁ ସ୍ଥାନୀୟ ଉଦିତନଗର ସ୍ଥିତ ସିଟି ଲାଇବ୍ରେରୀ ଆରମ୍ଭ ହୋଇଛି ମୋ ବହି ମୋ ସାଥି – Read to Lead ଅଭିଯାନ । ରାଉରକେଲା ଅନ୍ୱେଷା ଛାତ୍ରାବାସରେ ରହୁଥିବା ପ୍ରାୟ ୫ଶହରୁ ଅଧିକ ଆଦିବାସୀ ଛାତ୍ରଛାତ୍ରୀଙ୍କ ପଠନ ଦକ୍ଷତା ବିକାଶ କ୍ଷେତ୍ରରେ ଏହି ପାଠାଗାର ଏକ ଅଗ୍ରଣୀ ଭୂମିକା ଗ୍ରହଣ କରିଛି।

ତେବେ ଏହା ପ୍ରଥମ ନୁହେଁ ପୂର୍ବରୁ ମଧ୍ୟ ଏହି ଅଭିଯାନକୁ ନୂଆଦିଲ୍ଲୀରେ ସମ୍ମାନଜନକ ସ୍କଚ୍ ଆୱାର୍ଡ ସମ୍ମାନରେ ସମ୍ମାନିତ କରାଯାଇଥିଲା । ପୁଣି ଥରେ ଜାତୀୟ ପୁରସ୍କାର ପାଇବା ନିହାତି ଖୁସିର ବିଷୟ । ତେବେ ଏହି ଅଭିଯାନକୁ ଆହୁରି ବ୍ୟାପକ କରିବା ଲାଗି ଉଦ୍ୟମ କରାଯିବ ବୋଲି ରାଉରକେଲା ମହାନଗର ନିଗମର କମିଶନର ତଥା ସୁନ୍ଦରଗଡ଼ ଜିଲ୍ଲାପାଳ ରଶ୍ମିତା ପଣ୍ଡା ସୂଚନା ଦେଇଛନ୍ତି।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details