ରାଉରକେଲା: ସ୍କୁଲରେ ମଧ୍ୟାହ୍ନ ଭୋଜନ ଖାଇଲେ ସଚିବ । ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ସଚିବ ଭାସ୍କର ଜ୍ୟୋତି ଶର୍ମା ଦୁଇଦିନିଆ ସୁନ୍ଦରଗଡ଼ ଜିଲ୍ଲା ଗସ୍ତ ଆସି ବିଭିନ୍ନ ଅଙ୍ଗନବାଡି କେନ୍ଦ୍ର, ସ୍କୁଲ ସମେତ ଜୀବିକା ମିଶନର ବିଭିନ୍ନ ପ୍ରକଳ୍ପ ବୁଲି ଦେଖିଛନ୍ତି ।
ସ୍କୁଲରେ ମଧ୍ୟାହ୍ନ ଭୋଜନ ଖାଇଲେ ସଚିବ - ଜୀବିକା ମିଶନର ବିଭିନ୍ନ ପ୍ରକଳ୍ପ
ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ସଚିବ ଭାସ୍କର ଜ୍ୟୋତି ଶର୍ମା ସ୍କୁଲରେ ଦିଆଯାଉଥିବା ମଧ୍ୟାହ୍ନ ଭୋଜନ ମାନ ଠିକ ରହିଛି ନା ନାହିଁ ତାହା ଯାଞ୍ଚ କରିବା ସହିତ ନିଜେ ଛାତ୍ରଛାତ୍ରୀଙ୍କ ସହ ଖାଦ୍ୟ ଖାଇଛନ୍ତି ।
ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ବ୍ଲକ ଗସ୍ତ ବେଳେ ସଚିବ ଭାସ୍କର ଜ୍ୟୋତି ଶର୍ମା ତୁଡାଲଗା ସରକାରୀ ଉଚ୍ଚ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନର ମାନ ଯାଞ୍ଚ କରିଛନ୍ତି । ନିଜେ ମଧ୍ୟାହ୍ନ ଭୋଜନ ଖାଇବା ସହିତ ତାଙ୍କ ସହ ଯାଇଥିବା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଏବଂ ଜିଲ୍ଲା ମଙ୍ଗଳ ଅଧିକାରୀ ମଧ୍ୟ ମଧ୍ୟାହ୍ନ ଭୋଜନ ଖାଇଥିଲେ । ପିଲା ମାନଙ୍କୁ ଦିଆଯାଉଥିବା ଖାଦ୍ୟର ମାନ ଠିକ ରହିଛି ନା ନାହିଁ ତାହା ଯାଞ୍ଚ କରିଥିଲେ । ଛାତ୍ରଛାତ୍ରୀ ମଧ୍ୟାହ୍ନ ଭୋଜନ କରୁଥିବା ସମୟରେ ପହଞ୍ଚି ପିଲାମାନେ ଖାଉଥିବା ଖାଦ୍ୟରୁ ସେ ମଧ୍ୟ ଭୋଜନ କରିଥିଲେ ।
ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ