ଓଡିଶା

odisha

ETV Bharat / city

କୁଆଁରମୁଣ୍ଡା ଡକାୟତି ଘଟଣା: 2 ଗିରଫ, ପିସ୍ତଲ ଓ ଟଙ୍କା ଜବତ

କୁଆଁରମୁଣ୍ଡା ଡକାୟତି ଘଟଣାରେ ବୀରମିତ୍ରପୁର ପୋଲିସ ଦୁଇଜଣ ଡକାୟତଙ୍କୁ ଗିରଫ କରିଛି ।

By

Published : Dec 11, 2019, 8:54 AM IST

Updated : Dec 11, 2019, 2:41 PM IST

rourkela
ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ରାଉରକେଲା: କୁଆଁରମୁଣ୍ଡା ଡକାୟତି ଘଟଣାରେ ବୀରମିତ୍ରପୁର ପୋଲିସ ଦୁଇଜଣ ଡକାୟତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ବୀରମିତ୍ରପୁରର ପିଣ୍ଟୁ ସାହୁ ଏବଂ ଝୁରମୁର୍‌ର ସାମୁଏଲ ଏକ୍କା, କୁଅଁରମୁଣ୍ଡର ନୀତିଶ ମିଶ୍ର ଏବଂ ମହମ୍ମଦ ତାରିକ ସଲିମ ବୋଲି ଜଣାପଡିଛି । ସେମାନଙ୍କ ଠାରୁ 2ଟି ପିସ୍ତଲ, ଦୁଇଟି ଗୁଳି ଓ ନଗଦ 4 ଲକ୍ଷ ଟଙ୍କା ସହିତ ଡକାୟତିରେ ବ୍ୟବହୃତ ଦୁଇଟି ବାଇକ ଜବତ କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ପୂର୍ବରୁ ଡକାୟତିରେ ସହଯୋଗ କରିବା ଅଭିଯୋଗରେ ଜଣେ ହୋମଗାର୍ଡଙ୍କ ସମେତ ଦୁଇଜଣଙ୍କୁ ଗିରଫ କରିଥିଲେ । ଏହି ଡକାୟତିରେ ସମ୍ପୃକ୍ତ ଅନ୍ୟ ଦୁଇଜଣଙ୍କୁ ଧରିବାକୁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି ।

ସୂଚନାଯୋଗ୍ୟ, ଗତ ଅକ୍ଟୋବର 15 ତାରିଖରେ ଏକ ଘରୋଇ ବ୍ୟାଙ୍କରୁ ଟଙ୍କା ନେଇ କୁଆଁରମୁଣ୍ଡା ବ୍ଲକ କାର୍ଯ୍ୟାଳୟକୁ ଭତ୍ତା ବଣ୍ଟନ କରିବାକୁ ଯିବା ସମୟରେ ଡକାୟତି କରାଯାଇଥିଲା । ଡକାୟତମାନେ ପ୍ରଥମେ ଗାଡି ଉପରକୁ ଗୁଳିଚାଳନା କରିବା ସହ 11 ଲକ୍ଷ ଟଙ୍କା ବନ୍ଧୁକ ମୁନରେ ଲୁଟି ନେଇଥିଲେ । ଏହି ଘଟଣାରେ ଗାଡିରେ ଥିବା ସୁରକ୍ଷାକର୍ମୀ ଆହତ ହୋଇଥିଲେ ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

Last Updated : Dec 11, 2019, 2:41 PM IST

ABOUT THE AUTHOR

...view details