ଓଡିଶା

odisha

ETV Bharat / city

ପୋଲିସ ହାତରୁ ନାବାଳକ ଅପରାଧୀ ଫେରାର, ତଦନ୍ତ ଜାରି - ବାଳ ଅପରାଧୀ ଫେରାର

ପ୍ରିନ୍ସିପାଲ ମାଜିଷ୍ଟ୍ରେଟଙ୍କ ପାଖରେ ହାଜର ହୋଇ ଫେରିବା ବାଟରେ ଅପରାଧୀ ଫେରାର । ଘଟଣାଟି ହେଉଛି ରାଉରକେଲା ବାଳ ସୁଧାର ଗୃହର । ଅଧିକ ପଢନ୍ତୁ...

juvenile criminal fled away in rourkela, rourkela latest news, juvenile justice board kendujhar, ରାଉରକେଲା ଲାଟେଷ୍ଟ ନ୍ୟୁଜ୍‌, ବାଳ ଅପରାଧୀ ଫେରାର, ଜଷ୍ଟିସ ବୋର୍ଡ କେନ୍ଦୁଝର
ପ୍ରତୀକାତ୍ମକ ଫଟୋ

By

Published : Dec 13, 2019, 4:58 AM IST

ରାଉରକେଲା: ପ୍ରିନ୍ସିପାଲ ମାଜିଷ୍ଟ୍ରେଟଙ୍କ ପାଖରେ ହାଜର ହୋଇ ଫେରିବା ବାଟରେ ଅପରାଧୀ ଫେରାର । ଘଟଣାଟି ହେଉଛି ରାଉରକେଲା ବାଳ ସୁଧାର ଗୃହର । ଏଠାକାର 9ଜଣ ନାବାଳକ ଅପରାଧୀଙ୍କୁ କେନ୍ଦୁଝର ଜୁଭେନାଇଲ ଜଷ୍ଟିସ ବୋର୍ଡର ପ୍ରିନ୍ସିପାଲ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ହାଜର ପାଇଁ ନିଆଯାଇଥିବା ବେଳେ ଫେରିବା ବାଟରେ ଫେରାର ହୋଇଛି ଜଣେ ନାବାଳକ ଅପରାଧୀ ।

ପୋଲିସ ହାତରୁ ନାବାଳକ ଅପରାଧୀ ଫେରାର, ତଦନ୍ତ ଜାରି

ଅପରାଧୀଙ୍କ ନାମରେ ଜଣେ ନାବାଳିକାକୁ ଅସଦାଚରଣ ଓ ଗୁରୁତର ଆଘାତ କରିବା ମାମଲା ରହିଥିଲା । ଏନେଇ ସେମାନଙ୍କୁ ରାଉରକେଲା ବାଳ ସୁଧାର ଗୃହରେ ରଖାଯାଇଥିଲା । ହେଲେ ଗୁରୁବାର କେନ୍ଦୁଝର ଜୁଭେନାଇଲ ଜଷ୍ଟିସ ବୋର୍ଡରୁ ଫେରିବା ବାଟରେ ଚାନ୍ଦିପୋଷରେ ରାସ୍ତା ଜାମ ଯୋଗୁଁ ବସଟି କିଛି ସମୟ ପାଇଁ ଅଟକି ଯାଇଥିଲା । ଏହି ପରିସ୍ଥିତିର ସୁଯୋଗ ନେଇ ଜଣେ ଅପରାଧୀ ଫେରାର ହୋଇଥିଲା ।

ତେଣେ ଅନ୍ୟ 8ଜଣ ଅପରାଧୀଙ୍କୁ ପୁଣି ରାଉରକେଲା ବାଳ ସୁଧାର ଗୃହ ଅଣାଯାଇଛି । ଏ ବାବଦରେ ରାଉରକେଲା ବାଳ ସୁଧାର ଗୃହ ସୁପରିଟେଣ୍ଡେଣ୍ଟ ସିଡବ୍ଲୁସିକୁ ଜଣାଇବା ପରେ ତଦନ୍ତ ଆରମ୍ଭ ହୋଇଛି ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details