ରାଉରକେଲା: କୋରାନା ପାଇଁ ଚିନ୍ତିତ ସମଗ୍ର ବିଶ୍ବ । ଏହାର ମୁକାବିଲା ପାଇଁ ଏବେ ମନ୍ତ୍ରୀ, ନେତା, ଅଭିନେତାଙ୍କ ଠାରୁ ଆରମ୍ଭ କରି ଖେଳାଳି ଓ ବ୍ୟବସାୟୀ ପର୍ଯ୍ୟନ୍ତ ସମେତ ଆର୍ଥିକ ସହାୟତା ରାଶି ପ୍ରଦାନ କରୁଛନ୍ତି । ଏହି ପ୍ରରିପେକ୍ଷୀରେ ରାଉରକେଲା ସାଂସଦ ପାଣ୍ଠିରୁ ଜୁଏଲ ଓରାମ 1 କୋଟି ଟଙ୍କା ଦେଇଛନ୍ତି। ।
ଏହି ସମ୍ବନ୍ଧରେ ସେ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କୁ ଚିଠି ଲିଖି ଜଣାଇଛନ୍ତି । କୋରୋନା ମୁକାବିଲା ପାଇଁ ଏହି ଟଙ୍କା ପ୍ରଦାନ କରିଥିବା ବେଳେ ଆଗକୁ ମଧ୍ୟ ସବୁ ପ୍ରକାର ସହଯୋଗ କରିବା ନେଇ ଚିଠିରେ ଲେଖିଛନ୍ତି ।