ରାଉରକେଲା: ପାର୍ବଣ ଋତୁ ଆରମ୍ଭ ନ ହେଉଣୁ ରାଉରକେଲାରେ ଆରମ୍ଭ ହୋଇଗଲାଣି ବେଆଇନ ବାଣ କାରବାର । ବେଆଇନ ବାଣ କାରବାର ଚାଲିଥିବା ବେଳେ ରାଉରକେଲାର ଫାୟାର ଷ୍ଟେସନ କାର୍ଯ୍ୟାଳୟ ସମ୍ମୁଖରୁ ଏକ ବାଣ ବୋଝେଇ ଟ୍ରକ ଜବତ ହୋଇଛି । ଏଥିରୁ ପ୍ରାୟ 5 ଲକ୍ଷଟଙ୍କା ମୂଲ୍ୟର ବାଣ ଜବତ ହୋଇଛି ।
ରାଉରକେଲାରୁ ବେଆଇନ ବାଣ ଭର୍ତ୍ତି ଟ୍ରକ ଜବତ
ରାଉରକେଲାରେ ବେଆଇନ ବାଣ କାରବାର ବେଳେ ପୋଲିସ ଏକ ବାଣ ଭର୍ତ୍ତି ଟ୍ରକ ଜବତ କରିଛି । ଏଥିସହ ଜଣଙ୍କୁ ଗିରଫ କରିଛି । ଜବତ ବାଣର ମୂଲ୍ୟ 5 ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ହେବ ବୋଲି ଅନୁମାନ କରାଯାଇଛି ।
ଫଟୋ ସୌଜନ୍ୟ: ସମ୍ବାଦାତା, ରାଉରକେଲା
ଏଥିସହ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରିଛି ପୋଲିସ । ଗିରଫ ବ୍ୟକ୍ତିଙ୍କ ବାଣ ବିକ୍ରି କରିବାର ଲାଇସେନ୍ସ 2018ରୁ ସରିଥିବା ବେଳେ ସେ କିଭଳି ବାଣ କାରବାର କରୁଥିଲେ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପୂର୍ବରୁ ବେଆଇନ ବାଣ କାରବାର ଯୋଗୁଁ ଅନେକ ଦୁର୍ଘଟଣା ଘଟିଥିବା ନଜିର ରହିଛି । ହେଲେ ଏ ଦିଗରେ ପୋଲିସ କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ