ରାଉରକେଲା: ସୂଚନା ଅଧିକାର ଆଇନ ବଳରେ ତଥ୍ୟ ମାଗିଲେ ଦେବାକୁ ପଡିବ 2 ଲକ୍ଷ18 ହଜାର 363 ଟଙ୍କା । ଏହା ବିଶ୍ବାସ କରି ହେଉନଥିଲେ ବି ରାଉରକେଲାରେ ଏପରି ଦେଖିବାକୁ ମିଳିଛି । ବାସନ୍ତୀ କଲୋନୀର ବିଜୟ କୁମାର ପ୍ରଧାନ ଆରଡିଏ ଠାରୁ ସୂଚନା ଅଧିକାର ବଳରେ କିଛି ସୂଚନା ମାଗିଥିଲେ। ତେବେ ଏହି ସୂଚନା ସମ୍ବନ୍ଧରେ ଜାଣିବାକୁ ହେଲେ ତାଙ୍କୁ ଏହି ଟଙ୍କା ଜମା କରିବା ପାଇଁ ନୋଟିସ ଆସିଛି । ଯାହାକୁ ଦେଖି ସେ ହତବାକ ହୋଇଯାଇଛନ୍ତି ।
ଆରଟିଆଇରେ ତଥ୍ୟ ମାଗିଲେ ଦେବାକୁ ପଡିବ 2 ଲକ୍ଷ ଟଙ୍କା ! - rti news in rourkela
ସୂଚନା ଅଧିକାର ଆଇନ ବଳରେ ତଥ୍ୟ ମାଗିଲେ ଦେବାକୁ ପଡିବ 2 ଲକ୍ଷ 18 ହଜାର 363 ଟଙ୍କା । ଏହା ବିଶ୍ବାସ କରି ହେଉନଥିଲେ ବି ରାଉରକେଲାରେ ଏପରି ଦେଖିବାକୁ ମିଳିଛି । ଯାହା ରାଜ୍ୟର ‘5ଟି’ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ପ୍ରତିକାତ୍ମକ ଫଟୋ
ଏହି ଟଙ୍କା 15 ଦିନ ଭିତରେ ଦାଖଲ ନକଲେ ତାଙ୍କ ଆବେଦନ ଖାରଜ ହେବ ବୋଲି ଏଥିରେ କୁହାଯାଇଛି । ତେବେ ସରକାର ‘5ଟି’ କଥା କହୁଥିବାବେଳେ ଏଠାରେ ଏହା କୁଆଡେ ଯାଇଛି ବୋଲି ପ୍ରଶ୍ନ ଉଠୁଛି । ସୂଚନା ଥାଉକି, ଜଣେ ଆରଟିଆଇ ମାଧ୍ୟମରେ କୌଣସି ସୂଚନା ଜାଣିବାକୁ ଚାହିଁଲେ ତାକୁ 100 ଟଙ୍କା ହିଁ ଦେବାକୁ ପଡିଥାଏ । ତେବେ ଏଠାରେ ଏହି ଭୁଲ ଆରଡିଏ କର୍ତ୍ତୃପକ୍ଷଙ୍କ କାର୍ଯ୍ୟକାରିତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।
ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ