ଓଡିଶା

odisha

By

Published : Jan 15, 2020, 12:52 PM IST

ETV Bharat / city

ସ୍ତ୍ରୀକୁ ଆକ୍ରମଣ କରି ଟ୍ରାକରେ ସ୍ବାମୀର ଆତ୍ମହତ୍ୟା ଉଦ୍ୟମ, ଉଭୟ ଗୁରୁତର

ସ୍ତ୍ରୀକୁ ଭୁଜାଲିରେ ଆକ୍ରମଣ କିରି ଟ୍ରେନର ଆସିଷ୍ଟାଣ୍ଡ ପାଇଲଟ ସ୍ବାମୀଙ୍କର ଟ୍ରେନ ଆଗରେ ଡେଇଁ ଆତ୍ମହତ୍ୟା କରିବାକୁ ଉଦ୍ୟମ । ସ୍ବାମୀ ଗୋଟିଏ ଗୋଡ଼ ହରାଇଥିବାବେଳେ ସ୍ତ୍ରୀ ସ୍ବାମୀର ଭୁଜାଲି ଚୋଟରେ ଗୁରୁତର ଆହତ ହୋଇ ଚିକିତ୍ସିତ ।

husband attack his wife and sucide attempt in front of train in rourkela
ଫଟୋ ସୌଜନ୍ୟ: ସମ୍ବାଦଦାତା,ରାଉରକେଲା

ରାଉରକେଲା: ସ୍ତ୍ରୀକୁ ଭୁଜାଲିରେ ଆକ୍ରମଣ କରି ପାଇଲଟ ସ୍ବାମୀ ଟ୍ରେନ ଆଗରେ ଡେଇଁ ଆତ୍ମହତ୍ୟା କରିବାକୁ ଉଦ୍ୟମ । ଏଭଳି ଘଟଣା ଦେଖିବାକୁ ମିଳିଛି ରାଉରକେଲ ବନ୍ଧମୁଣ୍ଡା ରେଳ ଥାନା ଅନ୍ତର୍ଗତ ଡିଜେଲ କଲୋନୀରେ ଏକ ଅଭାବନୀୟ ଘଟଣା ଘଟିଛି ।

ସ୍ତ୍ରୀକୁ ଆକ୍ରମଣ କରି ସ୍ବାମୀଙ୍କ ଟ୍ରେନ ଆଗରେ ଡେଇଁ ଆତ୍ମହତ୍ୟା ଉଦ୍ୟମ, ଦୁହିଁଙ୍କ ଅବସ୍ଥା ସଙ୍କଟାପନ୍ନ

ସୂଚନା ଅନୁଯାୟୀ ମାଲ ଗାଡି ଟ୍ରେନ ଡ୍ରାଇଭର ଫିରୁ ବଡାଇକ ସ୍ତ୍ରୀ ସୁଚିତାଙ୍କ ସହ ବନ୍ଧମୁଣ୍ଡା ଡିଜେଲ କଲୋନୀ 167/3 ରେଳବାଇ କ୍ବାର୍ଟରରେ ରହନ୍ତି । ତାଙ୍କର ବଡ଼ପୁଅ ମେଡିକାଲ ପଢ଼ୁଥିବା ବେଳେ ସାନ ପୁଅ ସ୍କୁଲର ପଢୁଛନ୍ତି । କୌଣସି କାରଣରୁ ସ୍ବାମୀ ସ୍ତ୍ରୀ ମଧ୍ୟରେ ବୁଧୁବାର ଭୋରୁ ଝଗଡା ହୋଇଥିଲା । ଏହାପରେ ଉତକ୍ଷିପ୍ତ ହୋଇ ସ୍ବାମୀ ଫିରୁ ସ୍ତ୍ରୀ ସୁଚିତାଙ୍କୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଲହୁ ଲୁହାଣ କରିଦେଇଥିଲେ ।

ପଡୋଶୀ ମାନେ ସୁଚିତାଙ୍କୁ ହସ୍ପିଟାଲ ପଠାଇଥିବା ବେଳେ ଟ୍ରେନର ଆସିଷ୍ଟାଣ୍ଡ ପାଇଲଟ ସ୍ବାମୀ ଆତ୍ମହତ୍ୟା ଉଦ୍ୟମ କରି ଗୋଟିଏ ଗୋଡ ହରାଇଥିଲେ । ଅନ୍ୟପକ୍ଷରେ ସ୍ତ୍ରୀ ସ୍ବାମୀର ଭୁଜାଲି ଚୋଟରେ ଗୁରୁତର ଆହତ ହୋଇ ସଙ୍କଟାପନ୍ନ ଅବସ୍ଥାରେ ରହିଛନ୍ତି ।ଏବେ ଉଭୟଙ୍କୁ IGH ରେ ଚିକିତ୍ସା କରାଯାଉଛି । ରେଳବାଇ ପୋଲିସ ଘଟଣାର ଅନୁସନ୍ଧାନ କରୁଛି ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details