ଓଡିଶା

odisha

ETV Bharat / city

ଲକଡାଉନ ବେଳେ ଘରମୁହାଁ ବାହାର ରାଜ୍ୟର ଶହଶହ ଶ୍ରମିକ, ପୋଲିସ ହାତ ଖାଲି - ଲକ ଡାଉନ ଷଷ୍ଠ ଦିନ

ଲକ ଡାଉନ ଷଷ୍ଠ ଦିନରେ ବାହାର ରାଜ୍ୟରୁ ଆସିଥିବା ଶ୍ରମିକ ମାନଙ୍କ ପଳାୟନ ଜାରି ରହିଥିବାରୁ ପ୍ରଶାସନର ମୁଣ୍ଡବ୍ୟଥାର କାରଣ ହୋଇଛି । ବାହାର ରାଜ୍ୟରୁ ଆସୁଥିବା ଶହ ଶହ ଶ୍ରମିକ ଏବେ ଘରମୁହାଁ। ଅଧିକ ଖବର ପଢନ୍ତୁ...

lockdown
ଲକଡାଉନ ବେଳେ ଘରମୁହାଁ ବାହାର ରାଜ୍ୟର ଶହଶହ ଶ୍ରମିକ, ପୋଲିସ ହାତ ଖାଲି

By

Published : Mar 30, 2020, 3:21 PM IST

ରାଉରକେଲା: ଝାଡଖଣ୍ଡ ଏବଂ ଅନ୍ୟ ରାଜ୍ୟରୁ କାମ ଲାଗି ରାଉରକେଲା,ଝାରସୁଗୁଡା ରାଜଗାଙ୍ଗପୁର ଆସିଥିବା ଶହ ଶହ ଶ୍ରମିକ ଏବେ ଘରମୁହାଁ। ଝାରସୁଗୁଡା ବେଦାନ୍ତ , ଭୂଷଣ ଏବଂ ରାଜଗାଙ୍ଗପୁର OCLରେ କାମ କରୁଥିବା ଶ୍ରମିକ ମାନେ ଚାଲି ଚାଲି ଆସି ଝାରଖଣ୍ଡ ଯାଉଥିବା ବେଳେ 300 ରୁ ଉର୍ଦ୍ଧ୍ବ ଶ୍ରମିକଙ୍କୁ ବିରାମିତ୍ରପୁର ଚେକିଂ ଗେଟ ରେ ଅଟକା ଯାଇଛି ।

ଲକଡାଉନ ବେଳେ ଘରମୁହାଁ ବାହାର ରାଜ୍ୟର ଶହଶହ ଶ୍ରମିକ, ପୋଲିସ ହାତ ଖାଲି

ଏହି ଶ୍ରମିକଙ୍କ ଗାଡିକୁ ଝାଡଖଣ୍ଡରେ ଅଟକ ରଖାଯାଇଛି। ଗତ କେତେଦିନ ହେଲା ଏହି କ୍ରମ ଜାରି ରହିଛି। ଏମାନଙ୍କୁ ଦିନରେ ଅଟକ ରଖିବା ପରେ ପୋଲିସ ରାତିରେ ଛାଡି ଦେଉଛି। ସେମାନଙ୍କୁ ସେଠାରେ ରଖାଯାଇ ଝାରସୁଗୁଡା ଜିଲ୍ଲାପାଳଙ୍କୁ ଶ୍ରମିକ ମାନଙ୍କୁ ଫେରାଇ ନେବାକୁ ଯୋଗାଯୋଗ ପ୍ରଶାସନ ପକ୍ଷରୁ କୁହାଯାଇଛି ।

ଝାରଖଣ୍ଡ ଯାଉଥିବା 51 ଜଣ ଶ୍ରମିକଙ୍କୁ କୁଆରମୁଣ୍ଡାରେ ଅଟକ ଯାଇ ଅଲଗା ରଖାଯାଇଛି। ଏହାସହ ଖାଦ୍ୟ ପାନୀୟ ଯୋଗାଇ ଦିଆଯାଉଛି। ଲକ ଡାଉନ ଷଷ୍ଠ ଦିନରେ ବାହାର ରାଜ୍ୟରୁ ଆସିଥିବା ଶ୍ରମିକ ମାନଙ୍କ ପଳାୟନ ଜାରି ରହିଥିବାରୁ ପ୍ରଶାସନର ମୁଣ୍ଡବ୍ୟଥାର କାରଣ ହୋଇଛି ।

ଲକ ଡାଉନ ପରେ କେନ୍ଦ୍ର ତଥା ରାଜ୍ୟ ସରକାରର ଘୋଷଣା ଲୋକଙ୍କ ବିଶ୍ବାସ ଜିଣି ପାରିନାହିଁ ବୋଲି ଏହିଭଳି ପରିସ୍ଥିତି ଉତ୍ପନ୍ନ ହୋଇଛି। ଗାଡ଼ିଧରି ମାଲଗୋଦାମ ଅଞ୍ଚଳରେ 31 ଜଣ ଆସିଥିଲେ। ଲୋକ ପ୍ରତିବାଦ କରିବା ପରେ ଏମାନେ ବିହାର ଯିବା ପାଇଁ ବାହାରି ପଶୁ ଭଳି ଲଦି ହୋଇ ଚାଲି ଯାଇଥିଲେ। ସ୍ଥାନୀୟ ଲୋକ ପୋଲିସ କୁ ଅଭିଯୋଗ କରି ଥିଲେ କିନ୍ତୁ ପୋଲିସ ଆସି ଫେରି ଯାଇଥିଲା।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର,ଇଟିଭି ଭାରତ

ABOUT THE AUTHOR

...view details