ଓଡିଶା

odisha

ETV Bharat / city

ରାଜ୍ୟରେ କମିଛି ହଜଯାତ୍ରୀଙ୍କ ସଂଖ୍ୟା, ଏଥର ଯାତ୍ରା କରିବେ 654

ହଜ ଯାତ୍ରା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ଗତବର୍ଷ ତୁଳନାରେ ଚଳିତ ବର୍ଷ ହଜ ଯାତ୍ରୀଙ୍କ ସଂଖ୍ୟା କମିଥିବା ସୂଚନା ମିଳିଛି । ଯାତ୍ରା ମହଙ୍ଗା ହୋଇଯିବାରୁ ଯାତ୍ରୀଙ୍କ ସଂଖ୍ୟା ହ୍ରାସ ପାଇଛି ।

ଫଟୋ ସୌଜନ୍ୟ : ସମ୍ବାଦଦାତା,ରାଉରକେଲା

By

Published : Jul 9, 2019, 4:16 PM IST

ରାଉରକେଲା: ହଜ ଯାତ୍ରା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ଗତବର୍ଷ ତୁଳନାରେ ଚଳିତ ବର୍ଷ ହଜ ଯାତ୍ରୀଙ୍କ ସଂଖ୍ୟା ହ୍ରାସ ପାଇଥିବା ଜଣାପଡିଛି । ଗତବର୍ଷ ହଜ଼ ପାଇଁ 730 ହଜଯାତ୍ରୀ ଓଡିଶାରୁ ଯାଇଥିବା ବେଳେ ଚଳିତ ବର୍ଷ ମାତ୍ର 654 ଜଣ ଓଡିଶାରୁ ଯିବେ । ମହଙ୍ଗା ଯୋଗୁଁ ଯାତ୍ରୀଙ୍କ ସଂଖ୍ୟା ହ୍ରାସ ପାଇଥିବା କୁହାଯାଉଛି ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା,ରାଉରକେଲା

ଓଡିଶା ହଜ କମିଟି ଦ୍ବାରା ଜାରି କରାଯାଇ ଥିବା ସୂଚୀ ଅନୁସାରେ ଓଡିଶାର ଭଦ୍ରକରୁ 51,ବାଲେଶ୍ବର ରୁ 28, ମୟୂରଭଞ୍ଜରୁ 5 ଅର୍ଥାତ ଏହି 3 ଜିଲ୍ଲା ରୁ 84 ଜଣଙ୍କ ଟୀକାକରଣ ତଥା ତାଲିମ ଜୁଲାଇ 13 ତାରିଖରେ ପ୍ରଦାନ କରାଯିବ । ସେହିଭଳି ଯାଜପୁରରୁ 66 ତଥା କେନ୍ଦୁଝରରୁ 16 ଅର୍ଥାତ 82 ଜଣଙ୍କୁ ଯାଜପୁରରେ ଟୀକାକରଣ ତଥା ତାଲିମ ପ୍ରଦାନ କରାଯିବ। ସୁନ୍ଦରଗଡ଼ ଜିଲ୍ଲାରୁ 94,ସମ୍ବଲପୁର ରୁ 27 ତଥା ଝାରସୁଗୁଡାର 3 ଜଣ ଅର୍ଥାତ 124 ଜଣଙ୍କ ଟୀକାକରଣ ତଥା ତାଲିମ କାର୍ଯ୍ୟକ୍ରମ ଜୁଲାଇ 17 ତାରିଖରେ କରାଯିବ ।

ସେହିଭଳି ବଲାଙ୍ଗୀର, ବରଗଡ, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ତଥା ରାୟଗଡାରୁ ଯିବାକୁ ଥିବା 39 ହଜଯାତ୍ରୀ ମାନଙ୍କ ପାଇଁ 19 ତାରିଖ ଦିନ ସୋନପୁରରେ ଟୀକାକରଣ କାର୍ଯ୍ୟକ୍ରମ ରଖାଯାଇଛି । ଖୋର୍ଦ୍ଧା, ପୁରୀ,ନୟାଗଡ, ଗଞ୍ଜାମ ଜିଲ୍ଲାର 148 ହଜଯାତ୍ରୀଙ୍କୁ 20 ତାରିଖରେ ଭୁବନେଶ୍ବରରେ ତାଲିମ ଦିଆଯିବ । କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଢେଙ୍କାନାଳ ଜିଲ୍ଲାର 177 ହଜଯାତ୍ରୀ ମାନଙ୍କୁ ଟୀକାକରଣ ତଥା ତାଲିମ କଟକରେ ପ୍ରଦାନ କରାଯିବ । ସ୍ବାସ୍ଥ୍ୟ କାର୍ଡ ମହତ୍ତ୍ବପୂର୍ଣ୍ଣ ରହି ଥିବାରୁ ରାଜ୍ୟ ହଜ କମିଟି ପକ୍ଷରୁ ସମସ୍ତ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ମାନଙ୍କ ଅନୁରୋଧ କରାଯାଇଛି ।

ରାଜ୍ୟ ହଜ କମିଟିର କାର୍ଯ୍ୟନିର୍ବାହୀ ଅଧିକାରୀ ମହମ୍ମଦ ଅକଦଶ ଏହି ସମ୍ପର୍କରେ ଏକ ଚିଠି ଜାରି କରିଛନ୍ତି ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର,ଇଟିଭି ଭାରତ

For All Latest Updates

ABOUT THE AUTHOR

...view details