ଓଡିଶା

odisha

By

Published : Oct 16, 2019, 9:02 PM IST

ETV Bharat / city

ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନରେ ମିଠା ବାଣ୍ଟିଲେ ରାଜ୍ୟପାଳ

ସୁନ୍ଦରଗଡ ଗସ୍ତରେ ଯାଇ ଏକଲବ୍ୟ ଆବାସିକ ବିଦ୍ୟାଳୟର ଏକ ଅତିରିକ୍ତ ଶ୍ରେଣୀ ଗୃହର ଶିଳାନ୍ୟାସ କରିଛନ୍ତି ରାଜ୍ୟପାଳ । ଏହାସହ ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ମଞ୍ଚ ଉପରୁ ଶୁଭେଛା ଓ ଅଭିନନ୍ଦନ ଜଣାଇଛନ୍ତି। ଅଧିକ ଖବର ପଢନ୍ତୁ...

ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ମିଠା ବାଣ୍ଟିଲେ ରାଜ୍ୟପାଳ

ରାଉରକେଲା: ସୁନ୍ଦରଗଡ ଗସ୍ତରେ ରାଜ୍ୟପାଳ ଶ୍ରୀଯୁକ୍ତ ଗଣେଷୀ ଲାଲ। ଗସ୍ତ ସମୟରେ ଏକଲବ୍ୟ ଆବାସିକ ବିଦ୍ୟାଳୟର ଏକ ଅତିରିକ୍ତ ଶ୍ରେଣୀଗୃହର ଶିଳାନ୍ୟାସ କରିଛନ୍ତି ସେ। ଏହାସହ ପରିବେଶକୁ କିପରି ସୁସ୍ଥ ରଖାଯାଇପାରିବ ସେନେଇ ବିଦ୍ୟାଳୟ ପରିସରରେ ଏକ ନିମ୍ବ ଗଛ ଲଗାଇଥିଲେ ରାଜ୍ୟପାଳ।

ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ମିଠା ବାଣ୍ଟିଲେ ରାଜ୍ୟପାଳ

ଗସ୍ତ ଅବସରରେ ଏକ ସଭା ଅନୁଷ୍ଠିତ ହୋଇଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବରେ ରାଜ୍ୟପାଳ ଗଣେଷୀ ଲାଲ ଯୋଗ ଦେଇ ଶିକ୍ଷାର୍ଥୀଙ୍କୁ ଭଲ ମଣିଷ ଓ ପରୋପକାରୀ ହେବାକୁ ଉଦବୋଧନ ଦେଇଥିଲେ । ଏହାସହ ଓଡିଶା ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ମଞ୍ଚ ଉପରୁ ଶୁଭେଛା ଓ ଅଭିନନ୍ଦନ ଜଣାଇବା ସହ ବିଦ୍ୟଳୟରେ ଅଧୟନ କରୁଥିବା ଶିକ୍ଷାର୍ଥୀଙ୍କୁ ଜଣକ ପିଛା 100ଟଙ୍କା ହିସାବରେ ସମୁଦାୟ 391 ପିଲାଙ୍କୁ 39 ହଜାର ଟଙ୍କା ପ୍ରଦାନ କରିଥିଲେ।

ଏପରିକି ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ଵାରା ସାନ୍ତାଳୀ ଭାଷାରେ ସ୍ବାଗତ ନୃତ୍ୟ ପରିବେଷଣ କରିଥିବା ପିଲାଙ୍କୁ 11ହଜାର ପ୍ରଦାନ କରି ଏହା ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ପାଇଁ ମିଠା ବୋଲି ଘୋଷଣା କରିଥିଲେ।

ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ସୁନ୍ଦରଗଡ ସାଂସଦ ଜୁଏଲ ଓରାମ ଯୋଗ ଦେଇ ଏକଲବ୍ୟ ସ୍କୁଲର ପ୍ରଶଂସା କରିଥିଲେ। ଏହି ସ୍କୁଲ ଜରିଆରେ ଆଦିବାସୀ ଛାତ୍ର ଛାତ୍ରୀଙ୍କ ଶିକ୍ଷା ପ୍ରସାର ହେଉଥିଲା ବେଳେ ଦେଶ ଆଗକୁ ବଢିବ ବୋଲି କହିଛନ୍ତି ମନ୍ତ୍ରୀ । ଏହି ଗସ୍ତ ସମୟରେ ଓଡିଶା ମୁଖ୍ୟ ଶାସନ ସଚିବ ମଧୁସୂଦନ ପାଢୀ, ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣ ପ୍ରମୁଖ ଉପସ୍ଥିତ ଥିଲେ l

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details