ଓଡିଶା

odisha

ETV Bharat / city

‘ବୈଷୟିକ ଆର୍ଥିକ ମାନ୍ଦାବସ୍ଥାର ଦେଶରେ ପଡିନାହିଁ କୌଣସି ପ୍ରଭାବ’ - ବିଶ୍ବ ଆର୍ଥିକ ମାନ୍ଦାବସ୍ଥା

ଜୁଏଲଙ୍କ କହିବା ଅନୁଯାୟୀ ସରକାର ନେଇଥିବା ବିଭିନ୍ନ ପଦକ୍ଷେପ ଯୋଗୁଁ ଆର୍ଥିକ ମାନ୍ଦାବସ୍ଥାର ଦେଶରେ ପଡିନାହିଁ କୌଣସି ପ୍ରଭାବ । ଏପରି ସ୍ପଷ୍ଟୋକ୍ତି ଦେଇଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସୁନ୍ଦରଗଡ ସାଂସଦ ଜୁଏଲ ଓରାମ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

By

Published : Sep 28, 2019, 3:02 PM IST

ରାଉରକେଲା: କେନ୍ଦ୍ର ସରକାରଙ୍କ ସୁପ୍ରବନ୍ଧନ ଯୋଗୁଁ ବିଶ୍ବରେ ମାନ୍ଦାବସ୍ଥା ଚାଲିଥିବା ସମୟରେ ଦେଶରେ ଏହାର ପଡିନାହିଁ କୌଣସି ପ୍ରଭାବ । ସ୍ଥାନୀୟ ସେକ୍ଟର-3 ପାର୍ଟି କାର୍ଯ୍ୟାଳୟରେ ସାମ୍ବାଦିକଙ୍କ ସହ କଥା ହୋଇ ଏପରି ସ୍ପଷ୍ଟୋକ୍ତି ଦେଇଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସୁନ୍ଦରଗଡ ସାଂସଦ ଜୁଏଲ ଓରାମ ।

ଜୁଏଲଙ୍କ କହିବା ଅନୁଯାୟୀ ସରକାର ନେଇଥିବା ବିଭିନ୍ନ ପଦକ୍ଷେପ ଯୋଗୁଁ ଆର୍ଥିକ ମାନ୍ଦାବସ୍ଥାର ଦେଶରେ ପଡିନାହିଁ କୌଣସି ପ୍ରଭାବ । ଏଥିସହ ଆଗାମୀ ଦିନରେ ପରିସ୍ଥିତିରେ ସୁଧାର ଆସିବା ନେଇ ମଧ୍ୟ ସେ କହିଛନ୍ତି । ବଡ ଟିକସ ରିହାତି କାରଣରୁ ଭାରତ ସରକାରଙ୍କୁ 1.45 ଲକ୍ଷ କୋଟି ଟଙ୍କା ଟିକସ ଆୟ କମ୍‌ ହେବା ନିଷ୍ପତ୍ତି ପଛରେ ଅର୍ଥନୀତିକୁ ଗତିଶୀଳ କରିବା ମୂଳ ଉଦ୍ଦେଶ୍ୟ ବୋଲି ସେ କହିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

କେନ୍ଦ୍ର ସରକାରଙ୍କ ପ୍ରୟାସ ଯୋଗୁଁ ଅର୍ଥନୈତିକ ଅଭିବୃଦ୍ଧି ହେବା ସହ ସବୁ ସ୍ତରରେ ଲୋକଙ୍କ ଜୀବନରେ ଫରକ ଆସିଛି । ଦୈନିକ ଆବଶ୍ୟକୀୟ ଡାଲି, ଚାଉଳ ଓ ତେଲ ଆଦିର ମୂଲ୍ୟ ସ୍ଥିର ରଖିବାରେ ସରକାର ସଫଳ ହୋଇଥିବା ପ୍ରକାଶ କରିଛନ୍ତି ସାଂସଦ ଜୁଏଲ ଓରାମ ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details