ଓଡିଶା

odisha

ଅଷ୍ଟମୀ ପୂଜାରେ କମ୍ପୁଛି ରାଉରକେଲା ସହର, ମୀନା ବଜାରରେ ଜମୁଛି ଭିଡ

ମା ଦୁର୍ଗାଙ୍କ ପୂଜାକୁ ନେଇ ଉତ୍ସବମୁଖର ରାଉରକେଲା ସହର । ଗତ ରବିବାର ମାଙ୍କ ଅଷ୍ଟମୀ ପୂଜା ଅବସରରେ ସହରର ସେକ୍ଟର-1, ସେକ୍ଟର-2  ଏବଂ ସେକ୍ଟର-16 ଟେଲିଫୋନ ଭବନ ପୂଜା ପେଣ୍ଡାଲ ଗୁଡିକରେ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା ।

By

Published : Oct 7, 2019, 2:11 PM IST

Published : Oct 7, 2019, 2:11 PM IST

ଫଟୋ ସୌଜନ୍ୟ:ସମ୍ବାଦଦାତା, ରାଉରକେଲା

ରାଉରକେଲା: ମା ଦୁର୍ଗାଙ୍କ ପୂଜାକୁ ନେଇ ଉତ୍ସବମୁଖର ରାଉରକେଲା ସହର । ଗତ ରବିବାର ମାଙ୍କ ଅଷ୍ଟମୀ ପୂଜା ଅବସରରେ ସହରର ସେକ୍ଟର-1, ସେକ୍ଟର-2 ଏବଂ ସେକ୍ଟର-16 ଟେଲିଫୋନ ଭବନ ପୂଜା ପେଣ୍ଡାଲ ଗୁଡିକରେ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା ।

ପୂଜା ଭିଡକୁ ନଜରରେ ରଖି ସେଠାରେ ମୀନା ବଜାର ପଡିଥିଲା। ଦୋଳି ଖେଳ ସାଙ୍ଗକୁ ଚାଟ ଓ ଗୁପଚୁପ ଖାଇବାର ମଜା ନେଇଥିଲେ ପୂଜା ବୁଲି ଆସିଥିବା ଲୋକେ । ଟ୍ରାଫିକ ବ୍ୟବସ୍ଥା଼କୁ ଠିକ ରଖିବା ପାଇଁ ପୋଲିସ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିବାବେଳେ ଲୋକଙ୍କ ଯେପରି କୌଣସି ଅସୁବିଧା ନ ହେବ, ସେ ନେଇ ଗୁରୁତ୍ବ ଦିଆଯାଇଥିଲା।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ରାଉରକେଲା

ଏପଟେ ସହରର ଛୋଟ ଛୋଟ ପୂଜା କମିଟିମାନେ ମଧ୍ୟ ସୁନ୍ଦର ପ୍ରତିମା ନିର୍ମାଣ ସହିତ ପେଣ୍ଡାଲ ନିର୍ମାଣ ତଥା ଆଲୋକମାଳ ତଥା ସାଜସଜ୍ଜାରେ ପଛେଇ ନଥିଲେ। ତେବେ ସୋମବାର ପୂଜା ପେଣ୍ଡାଲ ଗୁଡିକରେ ନବମୀ ପୂଜା ଆରମ୍ଭ ହୋଇଛି।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details