ଓଡିଶା

odisha

ETV Bharat / city

ଡମ୍ପର ଧକ୍କାରେ ଅଜଣା ମହିଳା ମୃତ

ସ୍କୁଟିକୁ ସାମ୍ନାପଟୁ ଧକ୍କା ଦେଲା ଡମ୍ପର । ଏଥିରେ ଜଣେ ମହିଳା ମୃତ । ମୃତ ମହିଳାଙ୍କ ପରିଚୟ ଏବେ ସୁଦ୍ଧା ମିଳିପାରିନାହିଁ ।

By

Published : Apr 3, 2019, 12:53 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା ରାଉରକେଲା

ରାଉରକେଲା: ଡମ୍ଫର ଧକ୍କାରେ ମହିଳା ମୃତ । ଏହି ଦୁର୍ଘଟଣାଟି ପାନପୋଷ ହକି ଛକ ନିକଟରେ ଘଟିଛି । ସ୍କୁଟିରେ ଯାଉଥିବା ସମୟରେ ଡମ୍ପରଟି ମହିଳାଙ୍କୁ ସାମ୍ନାପଟୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ପରିଚୟ ଏବେ ସୁଦ୍ଧା ମିଳିପାରିନାହିଁ । ଖବରପାଇ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ରାଉରକେଲା

ସୂଚନା ଅନୁସାରେ, ରାଉରକେଲାର ପାନପୋଷ ହକିଛକ ଯାତ୍ରୀଙ୍କ ପାଇଁ ପାଲଟିଛି ମରଣଯନ୍ତା । ଅନେକ ସମୟରେ ଏଠାରେ ଦୁର୍ଘଟଣା ଘଟୁଛି । ତେବେ ପାନପୋଷ ଛକ, ହକି ଛକ ଗୁଡିକରେ ଟ୍ରାଫିକ ବ୍ୟବସ୍ଥାକୁ ଠିକ କରିବା ପାଇଁ ବାରମ୍ବାର ଦାବି ହେଉଥିଲେ ମଧ୍ୟ କେହି ଗୁରୁତ୍ବ ଦେଉନାହାଁନ୍ତି । ଫଳରେ ବାରମ୍ବାର ଦୁର୍ଘଟଣାଚିନ୍ତାର କାରଣ ହୋଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details