ଓଡିଶା

odisha

ETV Bharat / city

ରାଉରକେଲାରେ କୁକୁରଙ୍କ ଆତଙ୍କ

ରାଉରକେଲାରେ କୁକୁରଙ୍କ ଆତଙ୍କ । କିଛିଦିନ ତଳେ ଇସ୍ପାତ କାରଖାନା ଭିତରେ 12 ଜଣ ଶ୍ରମିକଙ୍କୁ କୁକୁର କାମୁଡ଼ିଥିଲା । ଏହି ଘଟଣା ଜଣାପଡିବା ପରେ କୁକୁରଙ୍କୁ ଧରିବା ପାଇଁ ଗଠନ କରାଯାଇଥିବା ସ୍କ୍ୱାର୍ଡ ପାଗଳ କୁକୁରକୁ ଧରିଥିବା ପ୍ରକାଶ ।

By

Published : Mar 30, 2019, 1:13 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ରାଉରକେଲା: ରାଉରକେଲାରେ କୁକୁରଙ୍କ ଆତଙ୍କ । ଏହି ଘଟଣା ଦେଖିବାକୁ ମିଳିଛି ରାଉରକେଲାର ଇସ୍ପାତ କାରଖାନାରେ । ତେବେ ସେଥିପାଇଁ କାରଖାନାରେ କାମ କରୁଥିବା ଶ୍ରମିକମାନେ ଆତଙ୍କିତ ହୋଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ସୂଚନା ଅନୁଯାୟୀ,କାରଖାନା ଭିତରେ12 ଜଣ ଶ୍ରମିକଙ୍କୁ ଉକ୍ତ ପାଗଳ କୁକୁର କାମୁଡ଼ିଥିଲା । ଏହାପରେ ସେମାନେ ତାଙ୍କର ଚିକିତ୍ସା ପାଇଁ ଆଇଜିଏଚ ଆସିଥିଲେ। ତେବେ ଏହି ଘଟଣା ଜଣାପଡିବା ପରେ କୁକୁରଙ୍କୁ ଧରିବା ପାଇଁ 3ଟି ସ୍କ୍ୱାର୍ଡ ଗଠନ କରାଯାଇଥିଲା। ତେବେଉକ୍ତ ସ୍କ୍ୱାର୍ଡ କୁକୁରକୁ ଧରିନେଇଥିବା ଜଣାପଡ଼ିଛି

ତେବେ ଶ୍ରମିକ ସଂଗଠନ ମାନେ ଏପରି ପରିସ୍ଥିତକୁ ନେଇ ଚିନ୍ତିତ ରହିଛନ୍ତି । ତେବେ କାରଖାନାର କନଭେନ ତଥା ବ୍ଲାଷ୍ଟ ଫର୍ଣ୍ଣେସନିକଟରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି ।


ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details