ଓଡିଶା

odisha

ETV Bharat / city

ବିଶ୍ରା ତହସିଲର ମୋଚିକୁଦାରେ କ୍ରାଇମବ୍ରାଞ୍ଚ ଟିମ୍‌, ବେଆଇନ ଖଣି ଖନନର ଚାଲିଛି ତଦନ୍ତ - crime branch team

ଓଡିଶା-ଝାଡଖଣ୍ଡ ସୀମାନ୍ତ ବିଶ୍ରା ତହସିଲ ଅଞ୍ଚଳର ମୋଚିକୁଦା (କୁଣ୍ଡାପୋଷ)ଗାଁରେ କ୍ରାଇମବ୍ରାଞ୍ଚ ଟିମ୍‌ । ଗୋଟିଏ ବିଲରେ ଖଣି ଖନନ କରି କୋଟି କୋଟି ଟଙ୍କାର ବେପାର କରିଥିବା ଅଭିଯୋଗର କରିବ ତଦନ୍ତ ।

ପ୍ରତିକାତ୍ମକ ଫଟୋ

By

Published : Nov 1, 2019, 10:57 PM IST

ରାଉରକେଲା: ଓଡିଶା-ଝାଡଖଣ୍ଡ ସୀମାନ୍ତ ବିଶ୍ରା ତହସିଲ ଅଞ୍ଚଳର ମୋଚିକୁଦା (କୁଣ୍ଡାପୋଷ)ଗାଁରେ କ୍ରାଇମବ୍ରାଞ୍ଚ ଟିମ୍‌ । ଗୋଟିଏ ବିଲରେ ଖଣି ଖନନ କରି କୋଟି କୋଟି ଟଙ୍କାର ବେପାର କରିଥିବା ଅଭିଯୋଗର କରିବ ତଦନ୍ତ ।

ମିଳିଥିବା ସୂଚନା ଅନୁସାରେ, ଆଜି(ଶୁକ୍ରବାର) କ୍ରାଇମବ୍ରାଞ୍ଚର ଜଣେ ଡିଏସପି ତଥା ଇନ୍ସପେକ୍ଟର ସ୍ତରର ଅଫିସର, ଆରଆଇ ଓ ଫରେଷ୍ଟ ଗାର୍ଡକୁ ନେଇ ପଚରାଉଚରା କରିଛନ୍ତି । ତେବେ ପଚରାଉଚରା ସମୟରେ ଏହା ସ୍ପଷ୍ଟ ହୋଇଥିଲା କି ଏକ ବିଲ ଜାଗାରେ ଜଣେ ପଥର ଖଣି ଲିଜ ନେଇ ଖଣି ଖନନ କରୁଥିଲେ । ତେବେ ଲିଜ୍‌ ସ୍ଥାନରେ ସେ କିଛି ଉତ୍ତୋଳନ ନ କରି ଅନ୍ୟ ସ୍ଥାନରେ ପଥରଖଣି ଚଳାଇ ଆସୁଥିବା ଅଭିଯୋଗ ହୋଇଛି ।

ଗତ ମାର୍ଚ୍ଚ ମାସରେ ଲିଜ ନବୀକରଣ ଆବେଦନ ସମୟରେ ଏହି ଘଟଣା ସାମ୍ନାକୁ ଆସିଥିଲା । ତାପରେ ବିଶ୍ରା ତହସିଲଦାର ଜିଲ୍ଲା ପ୍ରଶାସନ ତଥା ପୋଲିସକୁ ଲିଖିତ ସୂଚନା ଦେଇଥିଲେ କିନ୍ତୁ ପ୍ରଶାସନ କିମ୍ବା ପୋଲିସ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିଲା । ପରେ ଏହା କ୍ରାଇମବ୍ରାଞ୍ଚ ତଦନ୍ତ କରୁଥିବା ଜଣାପଡିଛି ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details