ଓଡିଶା

odisha

By

Published : Jul 8, 2020, 7:22 PM IST

ETV Bharat / city

ତାଳଚେର-ବିମଳାଗଡ ରେଳପଥ ନିର୍ମାଣ;  ମନ୍ତ୍ରୀଙ୍କୁ ଦାବି ପତ୍ର ଦେଲେ ଜୁଏଲ ଓରାମ

ଅଧାରେ ଅଟକିଛି ତାଳଚେର-ବିମଳାଗଡ ରେଳପଥ ନିର୍ମାଣରେ ଜମି ଅଧିଗ୍ରହଣ ପ୍ରକ୍ରିୟା । ରାଜ୍ୟ ସଚିବାଳୟରେ ରାଜସ୍ବ ଓ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କୁ ଭେଟିଛନ୍ତି । ଅଧିକ ପଢନ୍ତୁ...

ପ୍ରାକୃତିକ ବିପର୍ଯ୍ୟୟ ମନ୍ତ୍ରୀଙ୍କୁ ଦାବି ପତ୍ର ଦେଲେ ସାଂସଦ ଜୁଏଲ ଓରାମ
ପ୍ରାକୃତିକ ବିପର୍ଯ୍ୟୟ ମନ୍ତ୍ରୀଙ୍କୁ ଦାବି ପତ୍ର ଦେଲେ ସାଂସଦ ଜୁଏଲ ଓରାମ

ରାଉରକେଲା: ତାଳଚେର-ବିମଳାଗଡ ରେଳପଥ ନିର୍ମାଣରେ ଜମି ଅଧିଗ୍ରହଣ ପ୍ରକ୍ରିୟାରେ ଅହେତୁକ ବିଳମ୍ବ ଘିଟିଛି । ଯାହାକୁ ନେଇ ବୁଧବାର ସୁନ୍ଦରଗଡ଼ ସାଂସଦ ତଥା ସଂସଦୀୟ ପ୍ରତିରକ୍ଷା କମିଟି ଅଧ୍ୟକ୍ଷ ଜୁଏଲ ଓରାମ, ରାଜସ୍ବ ଓ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କୁ ଭେଟିଛନ୍ତି ।

ଏହି ଅବସରରେ ସେ ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କୁ ତାଳଚେର-ବିମଳାଗଡ ରେଳପଥ ନିର୍ମାଣ ପାଇଁ ଜଙ୍ଗଲ ଜମି, ସରକାରୀ ଜମି ରେଲବାଇକୁ ହସ୍ତାନ୍ତର କରିବା ଏବଂ ଘରୋଇ ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ସମ୍ବନ୍ଧରେ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି ।

ଏହାପୂର୍ବରୁ ଜୁଏଲ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଏ ସମ୍ବନ୍ଧରେ ପତ୍ର ଲେଖି ଜଣାଇବା ସହିତ ଫେବୃୟାରୀ 5 ତାରିଖରେ ମଧ୍ୟ ଲୋକସଭାରେ କେନ୍ଦ୍ର ରେଳମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details