ଓଡିଶା

odisha

ETV Bharat / city

ସରକାରୀ ହସ୍ପିଟାଲର ସମସ୍ୟା ନେଇ ତାତିଲା କଂଗ୍ରେସ - ସରକାରୀ ହସ୍ପିଟାଲ ସମସ୍ୟା

ରାଉରକେଲା ସରକାରୀ ହସ୍ପିଟାଲ ସମସ୍ୟା ନେଇ କଂଗ୍ରେସର ଆନ୍ଦୋଳନ । ଏହାର ପ୍ରତିବାଦ କରିି ଡାକ୍ତରଖାନା ଆଗରେ ସ୍ବାସ୍ଥ୍ୟମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିଛି ଦଳ।

ଫଟୋ ସୌଜନ୍ୟ: ସମ୍ବାଦଦାତା,ରାଉରକେଲା

By

Published : Sep 12, 2019, 6:26 PM IST


ରାଉରକେଲା: ସ୍ଥାନୀୟ ସରକାରୀ ହସ୍ପିଟାଲରେ ରୋଗୀ ଚିକିତ୍ସାକୁ ନେଇ ତାତିଲା କଂଗ୍ରେସ । ରାଜ୍ୟ ସରକାରଙ୍କ ଅବହେଳା ତଥା ଜନପ୍ରତିନିଧିଙ୍କ ଅଦୂରଦର୍ଶିତା ଯୋଗୁଁ ଏପରି ହେଉଥିବା ଅଭିଯୋଗ କରିଛି ଦଳ । ଏହାର ପ୍ରତିବାଦରେ ସ୍ଥାନୀୟ ବିଧାୟକ, ସ୍ବାସ୍ଥ୍ୟମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିଛି ଦଳ।

ରାଜଗାଙ୍ଗପୁରର ବିଧାୟକ ରାଜନ ଏକ୍କା, ବୀରମିତ୍ରପୁରର ପୂର୍ବତନ ବିଧାୟକ ଜର୍ଜ ତିର୍କୀ, କଂଗ୍ରେସ ନେତା ବିରେନ ସେନାପତି ସହିତ ଛାତ୍ର କଂଗ୍ରେସ ଏହି ଆନ୍ଦୋଳନରେ ସାମିଲ ହୋଇଥିଲା। ରାଉରକେଲା ସରକାରୀ ହସ୍ପିଟାଲରେ ଚିକିତ୍ସାରେ ସୁଧାର ପାଇଁ ଆବଶ୍ୟକ ଅନୁଯାୟୀ ଡାକ୍ତର ନିଯୁକ୍ତି ସହ କର୍ମଚାରୀ ସଂଖ୍ୟା ବୃଦ୍ଧି କରିବାକୁ ନେଇ ଦାବି କରାଯାଇଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା,ରାଉରକେଲା

ସରକାରୀ ଡାକ୍ତରଖାନାର ସ୍ଥିତିରେ ସୁଧାର ନଆସିଲେ ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯିବ ବୋଲି ଚେତାବନୀ ଦିଆଯାଇଛି। କେବଳ ସୁନ୍ଦରଗଡ ଜିଲ୍ଲାର 70 ଭାଗ ଲୋକଙ୍କ ସହିତ ସୀମାନ୍ତ ଝାଡଖଣ୍ଡ ତଥା ଛତିଶଗଡ ଲୋକ ସରକାରୀ ହସ୍ପିଟାଲ ଉପରେ ନିର୍ଭର କରୁଥିବା ବେଳେ, ଏହାର ପରିସ୍ଥିତିରେ ସୁଧାର ନିତାନ୍ତ ଆବଶ୍ୟକ ବୋଲି ଆନ୍ଦୋଳନକାରୀ କହିଛନ୍ତି ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details