ଓଡିଶା

odisha

ETV Bharat / city

ରାସ୍ତା ଜାମ ଯୋଗୁଁ ଚାଲିଗଲା ନିରୀହ ଶିଶୁର ଜୀବନ - ଚାଲିଗଲା ନିରୀହ ଶିଶୁର ଜୀବନ

ସୁନ୍ଦରଗଡର କେବଲାଙ୍ଗ ଥାନା ଅନ୍ତର୍ଗତ ଗଗନାପୋଷ ଗ୍ରାମରେ ରାସ୍ତା ଜାମ୍‌ ପାଇଁ ଚାଲିଗଲା ନିରୀହ ଶିଶୁର ଜୀବନ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

By

Published : Aug 9, 2019, 2:53 PM IST

ରାଉରକେଲା: ରାସ୍ତା ଜାମ୍‌ ପାଇଁ ଚାଲିଗଲା ନିରୀହ ଶିଶୁର ଜୀବନ । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡର କେବଲାଙ୍ଗ ଥାନା ଅନ୍ତର୍ଗତ ଗଗନାପୋଷ ଗ୍ରାମରେ । କେବଲାଙ୍ଗ ପୋଲିସ ଡାକ୍ତରଖାନା ପହଞ୍ଚି ଶବ ଜବତ କରିବା ସହ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରିଛି ।

ଆଦିବାସୀ ଅଧ୍ୟୁଷିତ ଗଗନାପୋଷ ଗ୍ରାମରୁ ଲହୁଣୀପଡା ଆସିବା ପାଇଁ ହେଲେ କଲେଇପୋଷରୁ ବରସୁଆଁକୁ ସଂଯୋଗ କରୁଥିବା ରାସ୍ତାହିଁ ଏକମାତ୍ର ସାହା ଭରସା । ହେଲେ ଗତକାଲି ରାସ୍ତା ଜାମ ପାଇଁ ଏକ ନିରୀହ ଶିଶୁର ଜୀବନ ଦୀପ ଲିଭିଯାଇଥିବା ଜଣାପଡିଛି ।

ଗତକାଲି ଗଗନାପୋଷ ଗ୍ରାମର ଉପେନ୍ଦ୍ର ମୁଣ୍ତାଙ୍କ ପୁଅ ରୋହନ ମୁଣ୍ଡାକୁ (5) ଏକ ଚିତି ସାପ କାମୁଡି ଦେଇଥିଲା । ଫଳରେ ଘର ଲୋକ ଏକ ଅଟୋ କରି ଲହୁଣୀପଡା ଡାକ୍ତରଖାନାକୁ ନେବା ପାଇଁ ବାହାରିଥିଲେ । ରାସ୍ତାରେ ଭାରି ଯାନ ପାଇଁ ଜାମ ଥିବାରୁ ଡାକ୍ତରଖାନାରେ ପହଞ୍ଚିବା ପାଇଁ ବିଳମ୍ବ ହୋଇଥିଲା । ଫଳରେ ଡାକ୍ତରଖାନା ପହଞ୍ଚିବା ଆଗରୁ ରୋହନର ମୁତ୍ୟୁ ହୋଇଥିଲା।


ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details