ଓଡିଶା

odisha

ETV Bharat / city

ଖଟିଆରେ 7 କିଲୋମିଟର ବୁହାହେଲା ଅସୁସ୍ଥ ଶିଶୁ - ଖଟିଆରେ ବୁହାହେଲେ ରୋଗୀ

ପୁଣି ଖଟିଆରେ ବୁହାହେଲେ ରୋଗୀ । ଏହି ଘଟଣାର ପୁନରାବୃତ୍ତି ଘଟିଛି ରାଉରକେଲାରେ । ଆଗକୁ ପଢନ୍ତୁ...

ଖଟିଆରେ 7 କିଲୋମିଟର ବୁହାହେଲା ଅସୁସ୍ଥ ଶିଶୁ

By

Published : Nov 17, 2019, 9:31 PM IST

ରାଉରକେଲା: ପୁଣି ଖଟିଆରେ ବୁହାହେଲେ ରୋଗୀ । ଗର୍ଭବତୀ କିମ୍ବା ବୃଦ୍ଧା ନୁହନ୍ତି ଏଥର ଖଟିଆରେ ଏକ ଦଶ ବର୍ଷର ଶିଶୁକୁ 7 କିଲୋମିଟର ପର୍ଯ୍ୟନ୍ତ ବୋହି ହସ୍ପିଟାଲ ଆଣିଛନ୍ତି ତାଙ୍କ ପରିବାର । ରାଉରକେଲା ନିକଟ ନୂଆଗାଁ ବ୍ଲକର କୋକେରମା ପଞ୍ଚାୟତରେ ଥିବା ବେନ୍ତା ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ ।

ଖଟିଆରେ 7 କିଲୋମିଟର ବୁହାହେଲା ଅସୁସ୍ଥ ଶିଶୁ

ସରକାର ବିକାଶର ଡିଣ୍ଡିମ ପିଟୁଥିବା ବେଳେ ଏଭଳି ଦୃଶ୍ୟ ସତେ ଲଜ୍ଜାର ବିଷୟ । ସୂଚନା ଅନୁସାରେ, ରବିବାର ଦିନ ପିଲାଟି ଅସୁସ୍ଥ ହୋଇ ପଡିବାରୁ ପରିବାର ଲୋକ ଡାକ୍ତରଖାନା ନେବାକୁ ଚିନ୍ତା କରିଥିଲେ। ମାତ୍ର ଗାଁ ଭିତରକୁ ଆମ୍ବୁଲାନ୍ସ କିମ୍ବା ଅନ୍ୟ କୌଣସି ଗାଡି ଯାଇ ପାରିନଥିଲା। 7 କିଲୋମିଟର ପର୍ଯ୍ୟନ୍ତ ହାତୀବାରୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଶିଶୁକୁ ଖଟିଆରେ ବୁହା ହୋଇ ନିଆଯାଇଛି ।

ଗତ ଅଗଷ୍ଟ ମାସରେ ଭୀଷଣ ବର୍ଷା ଯୋଗୁଁ କୋକେରମା ପଞ୍ଚାୟତକୁ ସଂଯୋଗ କରୁଥିବା ପୋଲର ଆପ୍ରୋଚିଂ ରୋଡ଼ ଭାସି ଯାଇଥିବାରୁ କୌଣସି ଗାଡି ବାହାରୁ ଗାଁ ଭିତରକୁ ଯାଇ ପାରୁନାହିଁ । ଫଳରେ ଅଞ୍ଚଳବାସୀ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । ଜିଲ୍ଲାପାଳ, ବିଧାୟକ, ସାଂସଦଙ୍କ ଠାରୁ ଆରମ୍ଭ କରି ସମସ୍ତ ବ୍ଲକ ଅଧିକାରୀଙ୍କୁ ଏ ବାବଦରେ ଅବଗତ କରାଯାଇଥିଲେ ମଧ୍ୟ କାମ ହୋଇପାରିନଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି ।


ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର,ଇଟିଭି ଭାରତ

ABOUT THE AUTHOR

...view details