ଓଡିଶା

odisha

ETV Bharat / city

ଟ୍ରାକ୍ଟରକୁ ରକ୍ଷା କରିବାକୁ ଯାଇ ଗଛରେ ପିଟିହେଲା ବସ, ଡ୍ରାଇଭର ମୃତ

ରାଉରକେଲାରେ ଭାରସାମ୍ୟ ହରାଇ ଏକ ଗଛରେ ପିଟି ହେବା ଯୋଗୁଁ ଡ୍ରାଇଭର ପ୍ରାଣ ହରାଇଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଆହତଙ୍କୁ ମେଡିକାଲରେ ଭର୍ତ୍ତି କରିଛି ।

By

Published : Oct 18, 2019, 10:04 PM IST

ଫଟୋ ସୌଜନ୍ୟ : ସମ୍ବାଦଦାତା, ରାଉରକେଲା

ରାଉରକେଲା: ବ୍ରାହ୍ମଣୀ ତରଙ୍ଗ ଥାନା ଅନ୍ତର୍ଗତ ଟାଇଁସର ନିକଟରେ ଭାରସାମ୍ୟ ହରାଇ ଏକ ଯାତ୍ରୀବାହୀ ବସ ଗଛରେ ପିଟି ହୋଇଛି । ଘଟଣାସ୍ଥଳରେ ଡ୍ରାଇଭରର ମୃତ୍ୟୁ ହୋଇଛି ।

ରାଉରକେଲାରୁ ଲହୁଣୀପଡା ଯାଉଥିବା ଚାନ୍ଦିନୀ ବସ ଆଜି ସନ୍ଧ୍ୟାରେ ଟାଇଁସର ଠାରେ ସମାନାରୁ ଆସୁଥିବା ଏକ ଟ୍ରାକ୍ଟରକୁ ବଞ୍ଚାଇବାକୁ ଯାଇ ଗଛରେ ପିଟି ହୋଇଯାଇଥିଲା । ଏଥିଯୋଗୁଁ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି । 5 ଜଣ ଯାତ୍ରୀ ଆହତ ହୋଇଛନ୍ତି । ପୋଲିସ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଇଛି ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details