ଓଡିଶା

odisha

ETV Bharat / city

ବଜେଟ୍ 2019: ବୁଦ୍ଧିଜୀବୀ ଓ ବ୍ୟବସାୟୀଙ୍କ ମଧ୍ୟରେ ବଜେଟ୍ ଚର୍ଚ୍ଚା

ଶୁକ୍ରବାର 2019-20 ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପିନାକୁ ରାଉରକେଲା ସହରର ବୁଦ୍ଧିଜୀବୀ ଓ ବ୍ୟବସାୟୀ ମାନେ ଗୁରୁତ୍ବର ସହ ସମୀକ୍ଷା କରିଛନ୍ତି । ତେବେ କେତେକ ଏହି ବଜେଟକୁ ପ୍ରଶଂସା କରିଥିବାବେଳେ ଅନ୍ୟ କେତେ ଏହା ଏକ ପାରମ୍ପରିକ ବଜେଟ୍ ବୋଲି କହିଛନ୍ତି ।

By

Published : Jul 5, 2019, 9:59 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ରାଉରକେଲା: ନରେ‌ନ୍ଦ୍ର ମୋଦି ୨.୦ ସରକାରଙ୍କ ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍‌ ଶୁକ୍ରବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଉପସ୍ଥାପନ କରିଛନ୍ତି । ତେବେ ଆଜିର ଏହି ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ ଉପରେ ସମସ୍ତଙ୍କ ନଜର ରହିଥିଲା । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ବାରା ଆଗତ ଏହି କେନ୍ଦ୍ରୀୟ ବଜେଟକୁ ସବୁ ବର୍ଗର ଲୋକେ ସ୍ୱାଗତ କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା
ଏହି ଅବସରରେ ରାଉରକେଲା ଚାମ୍ବର ଅଫ କମର୍ସ ଏଣ୍ଡ ଇଣ୍ଡଷ୍ଟ୍ରୀ ପରିସରରେ ଏକ ବିଶେଷ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏଥିରେ ଟାକ୍ସ କନ୍ସଲଟାଣ୍ଟଙ୍କ ସମେତ କଳକାରଖାନା ମାଲିକ ତଥା ବ୍ୟବସାୟୀମାନେ ଯୋଗ ଦେଇଥିଲେ । ଅର୍ଥମନ୍ତ୍ରୀଙ୍କ ଦ୍ବାରା ଉପସ୍ଥାପିତ ବଜେଟ ଉପରେ ସମୀକ୍ଷା ମଧ୍ୟ କରାଯାଇଥିଲା ।

ଏହି ବଜେଟ୍ ସବୁବର୍ଗର ଲୋକମାନଙ୍କ ପାଇଁ ହୋଇଥିବା କୁହାଯାଇଛି । ଖାଲି ସେତିକି ନୁହେଁ ଜିଏସଟିର ସରଳୀକରଣ ସହିତ କୃଷକ, ବ୍ୟବସାୟୀ ତଥା ଦେଶର ବିକାଶ ପାଇଁ ଏହା ଉଦ୍ଦିଷ୍ଟ । ଅନେକ ଲୋକ ଏହାକୁ ଏକ ପାରମ୍ପରିକ ବଜେଟ ଛଡା ଅନ୍ୟ କିଛି ନୁହେଁ ବୋଲି କହିଛନ୍ତି ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details