ଓଡିଶା

odisha

ETV Bharat / city

ଭୁଶୁଡିଲା ବ୍ରିଜ୍, ସାହାରା ସାଜିଛି ଗଛ - କୋକେରମା ପଞ୍ଚାୟତ

16 ତାରିଖରୁ ଲଗାଣ ବର୍ଷା ଫଳରେ କୋକେରମା ପଞ୍ଚାୟତକୁ ସଂଯୋଗ କରୁଥିବା ଏକ ମାତ୍ର ବ୍ରିଜ ସଂଯୋଗକାରୀ ରାସ୍ତାର ଗୋଟିଏ ପାର୍ଶ୍ବ ସମ୍ପୂର୍ଣ୍ଣ ଧୋଇ ଯାଇଥିଲା । ଯାହାକୁ ନେଇ ଅନେକ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ଗ୍ରାମବାସୀ ।

ଭୁସୁଡିଲା ବ୍ରିଜ୍, ସାହାରା ସାଜିଛି ଗଛ

By

Published : Aug 21, 2019, 5:18 PM IST

ରାଉରକେଲା: ବ୍ରିଜ ଭୁଶୁଡିବା କାରଣରୁ ସୁନ୍ଦରଗଡ ଜିଲ୍ଲା ବିରମିତ୍ରପୁର ନିର୍ବାଚନ ମଣ୍ଡଳୀର ନୂଆଗାଁ ବ୍ଲକ କୋକେରମା ପଞ୍ଚାୟତର ଦୁଇଟି ଗ୍ରାମ ବାହ୍ୟ ଜଗତରୁ ବିଛିନ୍ନ ହୋଇଛି । ଯାାହକୁ ନେଇ ଚିନ୍ତାରେ ଗ୍ରାମବାସୀ ।

ଭୁସୁଡିଲା ବ୍ରିଜ୍, ସାହାରା ସାଜିଛି ଗଛ

ଗତ 16 ତାରିଖରୁ ଲଗାଣ ବର୍ଷା ଫଳରେ କୋକେରମା ପଞ୍ଚାୟତକୁ ସଂଯୋଗ କରୁଥିବା ଏକ ମାତ୍ର ବ୍ରିଜ ସଂଯୋଗକାରୀ ରାସ୍ତାର ଗୋଟିଏ ପାର୍ଶ୍ବ ସମ୍ପୂର୍ଣ୍ଣ ଧୋଇ ଯାଇଥିଲା । ଯାହାକୁ ନେଇ ଅନେକ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ଗ୍ରାମବାସୀ । ତେବେ ଏନେଇ କୌଣସି ପଦକ୍ଷେପ ନେଇନି ପ୍ରଶାସନ । ଯାହା ଗ୍ରାମବାସୀଙ୍କ ଚିନ୍ତାକୁ ଦ୍ବିଗୁଣିତ କରିଛି ।

ମୁଖ୍ୟତଃ ଏହି ପଞ୍ଚାୟତର ବେନେତା ଗ୍ରାମରେ ରହୁଥିବା ଏକ ହଜାରରୁ ଅଧିକ ଲୋକ ଖୁବ୍ ପ୍ରଭାବିତ ହୋଇଛନ୍ତି । ଗ୍ରାମରେ କେହି ରୋଗରେ ପଡିଲେ ଆମ୍ବୁଲାନ୍ସ ଆସିବା ତ ଦୂରର କଥା କାନ୍ଧରେ ବୋହି ନେବା ମଧ୍ୟ ସମ୍ଭବ ହେଉନାହିଁ । ଆଉ ଏହାର ପ୍ରଭାବରୁ ବର୍ତ୍ତି ନାହାଁନ୍ତି ଛାତ୍ରଛାତ୍ରୀ । ରାସ୍ତା ଧୋଇଯାଇଥିବାରୁ ଏମାନେ ବିପଦ ଶଙ୍କୁଳ ସ୍ଥିତିରେ ବ୍ରିଜ ପାର କରି ସ୍କୁଲ ଯାଉଛନ୍ତି ।

ତେବେ ଲଗାଣ ବର୍ଷା କାରଣରୁ ଏକ ବିରାଟ ଗଛ ଉପୁଡି ପଡିଛି । ଯାହା ବ୍ରିଜ ଅତିକ୍ରମ କରିବା ପାଇଁ ପିଲାଙ୍କ ସାହାରା ପାଲଟିଛି ।

ଏନେଇ ପ୍ରଶାସନିକ ସ୍ତରରେ ରାସ୍ତା ମରାମତି ଲାଗି କୌଣସି ପଦକ୍ଷେପ ନିଆଯାଇ ନଥିବାରୁ ଲୋକମାନେ ଅସନ୍ତାଷ ବ୍ୟକ୍ତ କରିଛନ୍ତି। ତେବେ ଏହି ବ୍ରିଜ ର ନିର୍ମାଣ ଆଇ.ଟି.ଡି.ଏ(ITDA) ସଂସ୍ଥା ପକ୍ଷରୁ ହୋଇଥିବା ବେଳେ କର୍ତ୍ତୃପକ୍ଷଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details