ଓଡିଶା

odisha

ETV Bharat / city

ଗର୍ଭବତୀ ନାବାଳିକା ଉଦ୍ଧାର ଘଟଣା, ସିଡବ୍ଲ୍ୟୁସିରେ ହାଜର ହେବାକୁ ଏସପିଙ୍କୁ ଚିଠି

ଦୁଇ ବର୍ଷ ତଳେ ସୁନ୍ଦରଗଡ ଜିଲ୍ଲା ଲାଠିକଟାର ଜଣେ ନାବାଳିକାକୁ ରାଜସ୍ଥାନରେ ବିକ୍ରି କରାଯାଇ ଥିଲା । ତାକୁ ଉଦ୍ଧାର ପାଇଁ ଓଡ଼ିଶା ପୋଲିସ୍ ନିକଟରେ ନେହୁରା ହୋଇ ନିରାଶ ହୋଇଥିଲେ ନାବାଳିକାର ବାପା । ଶେଷରେ ଦିଲ୍ଲୀ ମହିଳା କମିଶନ ଅଭିଯୋଗ ପାଇବାର ଦିନକ ପରେ ଉକ୍ତ ନାବାଳିକାକୁ ରାଜସ୍ଥାନରୁ ଉଦ୍ଧାର କରାଯାଇଥିଲା । ଏହାପରେ ଉକ୍ତ ନାବାଳିକା ଯୌନ ଶୋଷଣର ଶିକାର ହୋଇ 8 ମାସର ଗର୍ଭବତୀ ଥିବା ମଧ୍ୟ ଜଣାପଡିଥିଲା । ଦିଲ୍ଲୀ ମହିଳା କମିଶନ ଏହି ଘଟଣାକୁ ନେଇ ଓଡିଶା ପୋଲିସକୁ ଭର୍ତ୍ସନା କରିଥିଲେ ।

By

Published : Mar 9, 2019, 11:36 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ରାଉରକେଲା: ସିଡବ୍ଲୁସିରେ ହାଜର ହୁଅନ୍ତୁ ଗର୍ଭବତୀ ନୀବାଳିକା । ଏନେଇ ସୁନ୍ଦରଗଡ ଏସପିଙ୍କୁ ଚିଠି ଲେଖିଲା ସିଡବ୍ଲ୍ୟୁସି । ତେବେ ଦିଲ୍ଲୀ ସିଡବ୍ଲୁସି କହିବା ଅନୁସାରେ, ଗତ ଫେବୃଆରୀ ମଧ୍ୟରେ ପିଡୀତାଙ୍କ ସହ ତାଙ୍କ ବାପାଙ୍କୁ ରାଉରକେଲାରେ ଉପସ୍ଥିତ ହେବା ପାଇଁ ନିର୍ଦ୍ଦେଶ ଥିଲା । ମାତ୍ର ବର୍ତ୍ତମାନ ସୁଦ୍ଧା ସେମାନେ ସେଠାରେ ଉପସ୍ଥିତ ହୋଇନାହାନ୍ତି ।

ଦୁଇ ବର୍ଷ ତଳେ ସୁନ୍ଦରଗଡ ଜିଲ୍ଲା ଲାଠିକଟାର ଜଣେ ନାବାଳିକାକୁ ରାଜସ୍ଥାନରେ ବିକ୍ରି କରାଯାଇ ଥିଲା । ତାକୁ ଉଦ୍ଧାର ପାଇଁ ଓଡ଼ିଶା ପୋଲିସ୍ ନିକଟରେ ନେହୁରା ହୋଇ ନିରାଶ ହୋଇଥିଲେ ନାବାଳିକାର ବାପା । ଶେଷରେ ଦିଲ୍ଲୀ ମହିଳା କମିଶନ ଅଭିଯୋଗ ପାଇବାର ଦିନକ ପରେ ଉକ୍ତ ନାବାଳିକାକୁ ରାଜସ୍ଥାନରୁ ଉଦ୍ଧାର କରାଯାଇଥିଲା । ଏହାପରେ ଉକ୍ତ ନାବାଳିକା ଯୌନ ଶୋଷଣର ଶିକାର ହୋଇ 8 ମାସର ଗର୍ଭବତୀ ଥିବା ମଧ୍ୟ ଜଣାପଡିଥିଲା । ଦିଲ୍ଲୀ ମହିଳା କମିଶନ ଏହି ଘଟଣାକୁ ନେଇ ଓଡିଶା ପୋଲିସକୁ ଭର୍ତ୍ସନା କରିଥିଲେ ।

ଏଠାରେ ସୂଚନାଯୋଗ୍ୟ, ଦିଲ୍ଲୀ ମହିଳା ଆୟୋଗ ଦ୍ୱାରା ନିନ୍ଦିତ ହେବାପରେ ରାଉରକେଲା ପୋଲିସ ଏକ ଟିମ ପଠାଇ ଉକ୍ତ ଗର୍ଭବତୀ ନାବାଳିକାକୁ ରାଉରକେଲା ଆଣିବା ପାଇଁ ଚେଷ୍ଟା କରିଥିଲା । ମାତ୍ର ଏଥିରେ ବିଫଳ ହୋଇଥିଲା ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details