ଓଡିଶା

odisha

By

Published : Jun 18, 2020, 11:36 AM IST

ETV Bharat / city

ଭୁଷୁଡିଲା ନୂଆଗାଁ-କୁଆଁରମୁଣ୍ଡା ବ୍ଲକକୁ ସଂଯୋଗ କରୁଥିବା ବାଉଁଶ ପୋଲ

ପ୍ରବଳ ବର୍ଷା ଯୋଗୁଁ ରାଉରକେଲାରୁ ନୂଆଗାଁ ଏବଂ କୁଆଁରମୁଣ୍ଡା ବ୍ଲକର କେତେକ ଗ୍ରାମକୁ ସଂଯୋଗ କରୁଥିବା ବାଉଁଶ ପୋଲ ଭୁଷୁଡି ପଡିଛି । ବିପଦ ସଂକୁଳ ଅବସ୍ଥାରେ କେତେକ ଲୋକ ଏହି ଭଙ୍ଗା ପୋଲ ଦେଇ ଯିବା ଆସିବା କରୁଥିବାରୁ ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।

ଭୁଷୁଡିଲା ନୂଆଗାଁ-କୁଆଁରମୁଣ୍ଡା ବ୍ଲକକୁ ସଂଯୋଗ କରୁଥିବା ବାଉଁଶ ପୋଲ
ଭୁଷୁଡିଲା ନୂଆଗାଁ-କୁଆଁରମୁଣ୍ଡା ବ୍ଲକକୁ ସଂଯୋଗ କରୁଥିବା ବାଉଁଶ ପୋଲ

ରାଉରକେଲା: ପ୍ରବଳ ବର୍ଷାରେ ଭାସି ଗଲା କୋଏଲ ନଦୀ ଉପରେ ନିର୍ମିତ ବାଉଁଶ ପୋଲ । ରାଉରକେଲାରୁ ନୂଆଗାଁ ଏବଂ କୁଆଁରମୁଣ୍ଡା ବ୍ଲକର କେତେକ ଗ୍ରାମକୁ ଏହି ପୋଲଟି ସଂଯୋଗ କରୁଥିବାବେଳେ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଭୁଷୁଡିଲା ନୂଆଗାଁ-କୁଆଁରମୁଣ୍ଡା ବ୍ଲକକୁ ସଂଯୋଗ କରୁଥିବା ବାଉଁଶ ପୋଲ

ପୋଲର ପ୍ରାୟ ଅର୍ଦ୍ଧେକ ଅଂଶ ଭାସି ଯାଇଥିବା ଦେଖାଦେଇଛି । ପୋଲ ଦେଇ ଦୁଇଟି ବ୍ଲକର ବହୁ ଲୋକ ରାଉରକେଲା ଯିବା ଆସିବା କରିଥାନ୍ତି ।

ମୁଖ୍ୟତଃ ନୂଆଗାଁ ବ୍ଲକରେ ପ୍ରଚୁର ପରିବା ଚାଷ ହେଉଥିବାରୁ ଚାଷୀମାନେ ଏହି ରାସ୍ତା ଦେଇ ପରିବା ଆଣି ରାଉରକେଲାରେ ବିକ୍ରି କରିଥାନ୍ତି । ବଡି ଭୋରୁ ପୋଲଟି ଭୁଷୁଡିଯାଇଥିବାରୁ ସୌଭାଗ୍ୟ ବଶତଃ କୌଣସି ଲୋକ ବାଉଁଶ ପୋଲ ଉପରେ ନଥିଲେ । ଏହି ପୋଲଟି ରାଉରକେଲାର 20 ନମ୍ବର ସେକ୍ଟରରୁ ରିଉ ଗ୍ରାମ ସହ ସଂଯୋଗ ହୋଇଛି ।

ଏବେବି ବିପଦସଂକୁଳ ଅବସ୍ଥାରେ କେତେକ ଲୋକ ଏହି ଭଙ୍ଗା ପୋଲ ଦେଇ ଯିବା ଆସିବା କରୁଥିବାରୁ ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details