ଓଡିଶା

odisha

ETV Bharat / city

ସୁନ୍ଦରଗଡରେ ମହାମିଳନ, ଘର ବାହୁଡିଲେ ମାନସିକ ଅନଗ୍ରସର କେରଳ ଯୁବକ

କେମିତି କେରଳ ଯୁବକ ଜଣକ ସୁନ୍ଦରଗଡରେ ପହଞ୍ଚିଲେ ? ପରେ କିପରି ନିଜ ପରିବାରକୁ ଫେରି ପାଇଲେ ସେ? ସମ୍ପୂର୍ଣ୍ଣ ଘଟଣାକ୍ରମ ଥିଲା କିଛି ଏଭଳି ...

By

Published : Jan 27, 2020, 7:54 PM IST

Updated : Jan 27, 2020, 11:55 PM IST

rourkela
ଘର ବାହୁଡିଲେ ମାନସିକ ଅନଗ୍ରସର କେରଳ ଯୁବକ

ରାଉରକେଲା: ମାନସିକ ସନ୍ତୁଳନ ହରାଇ ନିଖୋଜ ହୋଇଯାଇଥିଲେ ଯୁବକ । 8ବର୍ଷ ପରେ ନିଜ ପରିବାର ଲୋକଙ୍କୁ ପାଖରେ ପାଇଛନ୍ତି ସେ । ଏପଟେ ନିଜ ହଜିଲା ଭାଇକୁ ପାଇ ଭାବବିହ୍ବଳ ହୋଇଯାଇଥିଲେ ଆତ୍ମୀୟ । 8 ବର୍ଷ ତଳେ କେରଳର ଏହି ଯୁବକ ଘରୁ ଚାଲିଆସିଥିଲେ । ଏବେ ତାଙ୍କୁ ସୁନ୍ଦରଗଡ ଜିଲ୍ଲାରୁ ଉଦ୍ଧାର କରାଯିବା ପରେ ପରିବାରକୁ ଖବର ଦିଆଯାଇଥିଲା । ଯାହାପରେ କେରଳରୁ ତାଙ୍କ ପରିବାର ଆସି ସୁନ୍ଦରଗଡରେ ପହଞ୍ଚିଛନ୍ତି ।

ସୁନ୍ଦରଗଡରେ ମହାମିଳନ, ଘର ବାହୁଡିଲେ ମାନସିକ ଅନଗ୍ରସର କେରଳ ଯୁବକ

କେମିତି କେରଳ ଯୁବକ ଜଣକ ସୁନ୍ଦରଗଡରେ ପହଞ୍ଚିଲେ ? ପରେ କିପରି ନିଜ ପରିବାରକୁ ଫେରି ପାଇଲେ ସେ? ସମ୍ପୂର୍ଣ୍ଣ ଘଟଣାକ୍ରମ ଥିଲା କିଛି ଏଭଳି ...

ସୁନ୍ଦରଗଡରୁ ଉଦ୍ଧାର ହୋଇଥିବା ଯୁବକ ଜଣକ ହେଲେ ଉମ୍ମେର କୋୟା । ତାଙ୍କ ଘର କେରଳର କାଲିକଟ ଜିଲ୍ଲା ପାନୀୟଙ୍କରା ଗ୍ରାମରେ । ସେ ଦୀର୍ଘ 8 ବର୍ଷ ଧରି ସୁନ୍ଦରଗଡ଼ ଜିଲ୍ଲାପାଳ କାର୍ଯ୍ୟାଳୟ ନିକଟରେ ଘୁରି ବୁଲୁଥିଲେ । କେତେବେଳେ କିଏ ଖାଇବାକୁ ଦିଅନ୍ତି ତ ଆଉ କେତେବେଳେ କିଏ ମାଡ ମାରନ୍ତି । ସେ ଅଲଗା ଭାଷାରେ କଥା ହେଉଥିବାରୁ ତାଙ୍କ କଥା କେହି ବୁଝିପାରୁ ନଥିଲେ ।

ତେବେ ଏସବୁ ଶିଜୁ ଥୋମାସଙ୍କ ଆଗରେ ପଡିବା ପରେ ଯୁବକ ଜଣକ କେରଳର ବୋଲି ଜାଣିପାରିଥିଲେ । ଆଉ ଯୁବକ ଜଣକ ନିଜ ସ୍ମରଣ ଶକ୍ତି ହରାଇଥିବା ଜାଣିପାରି ତାଙ୍କୁ ପରିବାର ସହ ମିଶାଇବାକୁ ଉଦ୍ୟମ ଆରମ୍ଭ କରିଦେଇଇଥିଲେ ଶିଜୁ।

ଏହାପରେ ଅଗଷ୍ଟ ମାସରେ ସେ ବିଭିନ୍ନ ସୋସିଆଲ ମିଡିଆ ସହ କେରଳ ଖବର କାଗଜରେ ମଧ୍ୟ ଯୁବକଙ୍କ ବିଷୟରେ ଖବର ଦେଇଥିଲେ । ଶେଷରେ ଡିସେମ୍ବରରେ ନିରୁପାୟ ହୋଇ ଥୋମାସ ରାଉରକେଲାରେ ଥିବା ଏକ NGO ସହ ଯୋଗାଯୋଗ କରିଥିଲେ । ପରେ ସେହି NGO ଅଧ୍ୟକ୍ଷଙ୍କ ସହାୟତାରେ ଉକ୍ତ ଯୁବକକୁ ଆଣି ରାଉରକେଲାର ଘରୋଇ ମେଣ୍ଟାଲ ହସପିଟାଲରେ ଭର୍ତ୍ତି କରି ଚିକିତ୍ସା କରାଇଥିଲେ । ପ୍ରାୟ ଏକ ମାସ ଧରି ଯୁବକଙ୍କ ଚିକିତ୍ସା କରାଯିବା ପରେ ନିଜ ସ୍ମୃତିଶକ୍ତି କିଛିଟା ଫେରି ପାଇଥିଲେ ଉମ୍ମେର । ଆଉ କୋୟାଙ୍କୁ ନେବାପାଇଁ ଆଜି ତାଙ୍କ ପରିବାର ଏଠାରେ ପହଞ୍ଚିଛନ୍ତି ।

ରାଉରକେଲାରୁ ରାଜେନ୍ଦ୍ର ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Jan 27, 2020, 11:55 PM IST

ABOUT THE AUTHOR

...view details