ଓଡିଶା

odisha

ETV Bharat / city

ଅବୈଧ ସନ୍ତାନ ସନ୍ଦେହରେ 5 ବର୍ଷର ପୁଅକୁ ହତ୍ୟା କଲା ବାପା

ରାଉରକେଲାର ଆର୍. ଏସ୍ କଲୋନୀଠାରେ ଅନ୍ଦୁ ଓରାମ ନାମକ ବ୍ୟକ୍ତି ନିଜର 5 ବର୍ଷ ପୁଅକୁ ହତ୍ୟା କରିଛନ୍ତି ।

ଫଟୋ ସୌଜନ୍ୟ:ସମ୍ବାଦଦାତା, ରାଉରକେଲା

By

Published : Jun 24, 2019, 10:22 AM IST

Updated : Jun 24, 2019, 12:42 PM IST

ରାଉରକେଲା : ରାଉରକେଲାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ନିଜ ସ୍ତ୍ରୀର ଚରିତ୍ର ଉପରେ ସନ୍ଦେହ କରି 5 ବର୍ଷ ପୁଅକୁ ଗଳା କାଟି ହତ୍ୟା କରିଛି ବାପା । ଏଭଳି ଘଟଣା ଘଟିଛି ବନ୍ଧମୁଣ୍ଡାର ଆର୍. ଏସ୍ କଲୋନୀଠାରେ ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ରାଉରକେଲା

ସୂଚନା ଅନୁଯାୟୀ, ଆରଏସ୍ କଲୋନୀର ବାସିନ୍ଦା ହନ୍ଦ ଓରାମ ନିଜ 5 ବର୍ଷର ପୁଅକୁ ଅବୈଧ ସନ୍ତାନ ମାନୁଥିଲା । ତେଣୁ ସୋମବାର ସକାଳେ ତାଙ୍କ ସ୍ତ୍ରୀ ଶୌଚ ପାଇଁ ଯାଇଥିବାବେଳେ ସେ ନିଜ 5 ବର୍ଷର ପୁଅ ଅନୁଗ୍ରହ ଓରାମର ଛୁରୀରେ ତଣ୍ଟି କାଟି ଖଟ ତଳେ ଫିଙ୍ଗି ଦେଇଥିଲା ।

ତେବେ ଖବର ପାଇ ବନ୍ଧମୁଣ୍ଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ହନ୍ଦ ଓରାମଙ୍କୁ ଅଟକ ରଖି ପଚରାଉଚୁରା କରୁଥିବାବେଳେ ଘଟଣାର ତଦନ୍ତ ଜାରି ରହିଛି ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Last Updated : Jun 24, 2019, 12:42 PM IST

ABOUT THE AUTHOR

...view details