ଓଡିଶା

odisha

ETV Bharat / city

ନବମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ଘଟଣା, ଅଭିଯୁକ୍ତ ଗିରଫ

ରାଜ୍ୟରେ ନାବାଳିକା ଦୁଷ୍କର୍ମ ଓ ଗର୍ଭବତୀ ହେବା ଘଟଣା ବ୍ୟାପକ ମାତ୍ରାରେ ବଢିଚାଲିଛି। ଏହି କ୍ରମରେ ପାନପୋଷ ଉପଖଣ୍ଡର ଏକ କନ୍ୟାଶ୍ରମର ଛାତ୍ରୀ ଗର୍ଭବତୀ ହେବା ଘଟଣା ସାରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି।

By

Published : Mar 5, 2019, 3:33 AM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ରାଉରକେଲା

ରାଉରକେଲା: ରାଜ୍ୟରେ ନାବାଳିକା ଦୁଷ୍କର୍ମ ଓ ଗର୍ଭବତୀ ହେବା ଘଟଣା ବ୍ୟାପକ ମାତ୍ରାରେ ବଢିଚାଲିଛି। ଏହି କ୍ରମରେ ପାନପୋଷ ଉପଖଣ୍ଡର ଏକ କନ୍ୟାଶ୍ରମର ଛାତ୍ରୀ ଗର୍ଭବତୀ ହେବା ଘଟଣା ସାରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି। ଗତକାଲି ଘଟଣା ସମ୍ପର୍କରେ ଜଣାପଡିବା ପରେ ଅଭିଯୁକ୍ତ ଚମୂ ଓରାମଙ୍କୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ରାଉରକେଲା

ସୂଚନାଯୋଗ୍ୟ, ପାନପୋଷ ଉପଖଣ୍ଡର ଏକ କନ୍ୟାଶ୍ରମରୁ ଏଭଳି ଅଭିଯୋଗ ଆସିଛି। କନ୍ୟାଶ୍ରମର ଜଣେ ନବମ ଶ୍ରେଣୀ ଛାତ୍ରୀ ଦୁର୍ଗାପୂଜା ସମୟରେ ଗାଁକୁ ଯାଇଥିଲେ। ମାତ୍ର ସେଠାରୁ ଫେରିବା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ ରହୁନଥିଲା। ଅଭିଯୁକ୍ତ ଚମୂ ଛାତ୍ରୀଙ୍କୁ ଦୁଷ୍କର୍ମ କରିବା ପରେ ଛାତ୍ରୀଙ୍କୁ ଧମକ ଦେଉଥିବା ଜଣାପଡିଛି।

ତେବେ ଏ ସମ୍ପର୍କରେ ଜଣାପଡିବା ପରେ କନ୍ୟାଶ୍ରମର ପ୍ରଧାନଶିକ୍ଷକ ଓ ଛାତ୍ରୀର ପରିବାର ବ୍ରାହ୍ମଣୀତରଙ୍ଗ ଥାନାର ଦ୍ୱାରସ୍ଥ ହୋଇଥିଲେ। ତଦନ୍ତବେଳେ ଏହା ସ୍ପଷ୍ଟ ହୋଇଛି କି ନବମ ଶ୍ରେଣୀର ଏହି ଛାତ୍ରୀ ଘରକୁ ଯାଇଥିବାବେଳେ ଅଭିଯୁକ୍ତ ଜଣକ ଏଭଳି କାଣ୍ଡ ଭିଆଇଛି।

ଖବର ପାଇବା ପରେ ପୋଲିସ ଦୁଷ୍କର୍ମ ଅଭିଯୋଗରେ ଯୁବକକୁ ଗିରଫ ପରେ ସୋମବାର କୋର୍ଟ ଚାଲାଣ କରିଛି। ଛାତ୍ରୀର ମେଡିକାଲ ଯାଞ୍ଚ କରାଯାଉଥିବା ଜଣାପଡିଛି।


ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details