ଓଡିଶା

odisha

ETV Bharat / city

3 ଆନ୍ତଃରାଜ୍ୟ ଡକାୟତ ଗିରଫ: 3 ପିସ୍ତଲ, 20ଟି ଜୀବନ୍ତ ଗୁଳି ସହ ବୋମା ଜବତ

ରାଉରକେଲା ରଘୁନାଥପାଲି ପୋଲିସକୁ ବଡ ସଫଳତା। 3 ଆନ୍ତଃରାଜ୍ୟ ଅପରାଧୀଙ୍କୁ ଗିରଫ କରିବା ସହ 3 ପିସ୍ତଲ, 20ଟି ଜୀବନ୍ତ ଗୁଳି ସହ ବୋମା ଜବତ କଲା ପୋଲିସ । ବଡ ଧରଣର ହତ୍ୟାକାଣ୍ଡ ଘଟାଇବା ପାଇଁ କରୁଥିଲେ ଯୋଜନା । ଅଧିକ ପଢନ୍ତୁ...

3 ଆନ୍ତଃରାଜ୍ୟ ଡତାୟତ ଗିରଫ, 3 ପିସ୍ତଲ  20ଟି ଜୀବନ୍ତ ଗୁଳି ସହ ବୋମା ଜବତ
3 ଆନ୍ତଃରାଜ୍ୟ ଡତାୟତ ଗିରଫ, 3 ପିସ୍ତଲ 20ଟି ଜୀବନ୍ତ ଗୁଳି ସହ ବୋମା ଜବତ

By

Published : Oct 11, 2021, 10:42 PM IST

ସୁନ୍ଦରଗଡ:ରାଉରକେଲା ରଘୁନାଥପାଲି ପୋଲିସ ଚେକିଂ କରୁଥିବାବେଳେ 3 ଆନ୍ତଃରାଜ୍ୟ ଅପରାଧୀଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କ ନିକଟରୁ 3ଟି 7mm ପିସ୍ତଲ, 20ଟି ଜୀବନ୍ତ ଗୁଳି, 35ଟି ନିଷଦ୍ଧ ଗୁଳି ( SLR), ଗୋଟିଏ କାର, ଗୋଟିଏ ବାଇକ, 6ଟି ମୋବାଇଲ ଫୋନ, 4ଟି ବୋମା ଓ ନଗଦ 50 ହଜାର ଟଙ୍କା ଜବତ କରିଛି । 2ଜଣ ଅପରାଧୀଙ୍କୁ ତରକେରା ନିକଟରୁ ଗିରଫ କରିଥିବାବେଳେ ସେମାନଙ୍କ ଠାରୁ ମିଳିଥିବା ସୂଚନା ଆଧାରରେ ଆଉ ଜଣେ ଅପରାଧିକୁ ଜଲଦା ଅଞ୍ଚଳରୁ ଗିରଫ କରିଛି । ଏହି ଅପରାଧୀମାନେ ରାଉରକେଲା ସିଭିଲ ଟାଉନସିପ ଅଞ୍ଚଳରେ କେତେକ ଶିଳ୍ପପତି ଓ ବଡବଡ ବ୍ୟବସାୟୀଙ୍କୁ ହତ୍ୟା କରିବା ଟାର୍ଗେଟରେ ଚଳପ୍ରଚଳ ହେଉଥିଲେ ବୋଲି ରାଉରକେଲା ଏସପି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

3 ଆନ୍ତଃରାଜ୍ୟ ଡକାୟତ ଗିରଫ, 3 ପିସ୍ତଲ,20ଟି ଜୀବନ୍ତ ଗୁଳି ସହ ବୋମା ଜବତ

ତେବେ ଏହି ସମସ୍ତ ଅପରାଧୀ ଝାଡଖଣ୍ଡର ଅର୍ଜୁନ ରାଣା ରାମ ନାମକ କୁଖ୍ୟାତ ଅପରାଧୀର ସହଯୋଗୀ ଭାବେ କାମ କରୁଥିଲେ ବୋଲି ଜାଣିବାକୁ ପାଇଛି ପୋଲିସ। ରଘୁନାଥପାଲି ପୋଲିସ ତରକେରା ନ୍ୟୁ ଟ୍ରକ ଟର୍ମିନାଲ ନିକଟରୁ ବଣ୍ଟି ଓରଫ ବଶିଷ୍ଟ ମହାନ୍ତି ଓ ରନି ଓରଫ ଯଜ୍ଞଶିଶ ସ୍ବାଇଁ ନାମକ ଦୁଇ ଅପରାଧୀଙ୍କୁ ଗିରଫ କରିବା ସହ ସେମାନଙ୍କ ସୂଚନା କ୍ରମେ ରାଉରକେଲା ଜଲଦାରୁ ଅମିତ କୁମାର ସାହୁ ନାମକ ଅପରାଧୀକୁ ଗିରଫ କରିଛି ।

ଏହି ଅପରାଧୀମାନେ ଆଜିକାଲି ମଧ୍ୟରେ ରାଉରକେଲା ପୋଲିସ ଜିଲ୍ଲାରେ ମୁଖ୍ୟତଃ ସିଭିଲ ଟାଉନସିପରେ ବଡ ଧରଣର ଅପରାଧିକ କାଣ୍ଡ ଘଟାଇବା ପାଇଁ ଯୋଜନା କରୁଥିଲେ ବୋଲି ପୋଲିସ ତଦନ୍ତରେ ଜଣାପଡିଛି । ତେବେ ଏମାନଙ୍କ ସହିତ ଆହୁରି 8ରୁ 10 ଜଣ ଅପରାଧୀଙ୍କ ନାମ ପୋଲିସକୁ ମିଳିଥିବା କଥା ଏସପି କହିଛନ୍ତି । ଏହି ଅପରାଧୀଙ୍କ ନାମରେ ସୁନ୍ଦରଗଡ, ସୁନ୍ଦରଗଡ ବାହାର ଜିଲ୍ଲା ଓ ଝାଡଖଣ୍ଡ ରାଜ୍ୟରେ ଏକାଧିକ ସଙ୍ଗୀନ ମାମଲା ଥିବା କଥା ଜଣାପଡିଛି ।

ତେବେ ଅଭିଯୁକ୍ତ ବଣ୍ଟି ନାମରେ କେବଳ ରାଉରକେଲା ପୋଲିସ ଜିଲ୍ଲାରେ 7ଟି ବିଭିନ୍ନ ମାମଲା ରହିଛି। ସେହିପରି ଅମିତ ଓ ରନି ନାମରେ ମଧ୍ୟ ରାଉରକେଲା ପୋଲିସ ଜିଲ୍ଲାରେ ଏକାଧିକ ମାମଲା ଥିବା କଥା ଜଣାପଡିଛି । ରଘୁନାଥପାଲି ପୋଲିସ ଆଜି ଏହି ଗିରଫ ଅଭିଯୁକ୍ତଙ୍କୁ ଦଫା 341/323/353/IPC r w 25( 1)(a)/27 ( 2) Arms Act ରେ କୋର୍ଟ ଚାଲାଣ କରିଥିବା ସୂଚନା ରହିଛି ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details