ଓଡିଶା

odisha

By

Published : Apr 16, 2021, 7:28 PM IST

ETV Bharat / city

ରାଉରକେଲା ରେଳ ଷ୍ଟେସନରେ ପୁଣି ଏକ ଏସ୍କେଲେଟର ଉଦଘାଟିତ

ସୁନ୍ଦରଗଡ ଜିଲ୍ଲା ରାଉରକେଲା ରେଳ ଷ୍ଟେସନରେ ଦ୍ବିତୀୟ ଏସ୍କେଲେଟର ଉଦଘାଟିତ । ଅଧିକ ପଢନ୍ତୁ....

ରାଉରକେଲା ରେଳ ଷ୍ଟେସନର 2ୟ ଏସ୍କାଲେଟର ଉଦଘାଟିତ
ରାଉରକେଲା ରେଳ ଷ୍ଟେସନର 2ୟ ଏସ୍କାଲେଟର ଉଦଘାଟିତ

ସୁନ୍ଦରଗଡ: ରାଉରକେଲା ରେଳ ଷ୍ଟେସନର ଦ୍ବିତୀୟ ଏସ୍କେଲେଟର ଉଦଘାଟିତ । ଲୋକସଭା ସାଂସଦ ଜୁଏଲ ଓରାମ ଆଜି(ଶୁକ୍ରବାର) ଏହି ଏସ୍କେଲେଟରକୁ ଉଦଘାଟନ କରିଛନ୍ତି ।

ରାଉରକେଲା ରେଳ ଷ୍ଟେସନର 2ୟ ଏସ୍କାଲେଟର ଉଦଘାଟିତ
ସୂଚନା ଅନୁଯାୟୀ ରାଉରକେଲା ରେଳ ଷ୍ଟେସନର ଦ୍ୱିତୀୟ ଏସ୍କେଲେଟରକୁ ଲୋକସଭା ସାଂସଦ ଜୁଏଲ ଓରାମ ଉଦଘାଟନ କରିଛନ୍ତି । ଏହି ଉତ୍ସବରେ ଚକ୍ରଧରପୁର ଡିଭିଜନାଲ ରେଲୱେ ମ୍ୟାନେଜର, ରାଉରକେଲା ଷ୍ଟେସନ ମାଷ୍ଟର ଓ ରେଳବାଇର ଉଚ୍ଚ ପଦାଧିକାରୀମାନେ ଉପସ୍ଥିତ ଥିଲେ । ଏହି ଅବସରରେ ସାଂସଦ ରୋଟାରୀ କ୍ଲବ ରାଉରକେଲା ଓ ରେଳବାଇ ବିଭାଗର ମିଳିତ ଆନୁକୂଲ୍ୟରେ ନୂତନ ଭାବେ ତିଆରି ହୋଇଥିବା ଉଦ୍ୟାନକୁ ଉଦଘାଟନ କରିବା ସହ ସ୍ମୃତି ସ୍ୱରୂପ ଚାରାରୋପଣ କରିଥିଲେ ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details