ଓଡିଶା

odisha

ETV Bharat / city

ଜୁଆ ଆଡ୍ଡା ଉପରେ ଚଢାଉ, 10 ଗିରଫ

ଆକ୍ସନ ମୁଡରେ ରାଉରକେଲା ପୋଲିସ । ସହରରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଚଢାଉ । ଗୋଟିଏ କାର, ଗୋଟିଏ ସ୍କୁଟି ଜବତ କରିଛି ପୋଲିସ । 10ଜଣ ଜୁଆଡି ଗିରଫ ।

By

Published : Sep 28, 2019, 9:03 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ରାଉରକେଲା: ରାଉରକେଲା ପୋଲିସକୁ ବଡ ସଫଳତା । ଦୀର୍ଘଦିନରୁ ଚାଲିଥିବା ଜୁଆ ଆଡ୍ଡା ଉପରେ ଚଢାଉ କରି 10ଜଣଙ୍କୁ ଗିରଫ କରିଛି । ଏହା ସହ ଗୋଟିଏ କାର, ଗୋଟିଏ ସ୍କୁଟି ଜବତ କରିଛି ପୋଲିସ । ଏହାସହ କିଛି ଟଙ୍କା, ତାସ ମଧ୍ୟ ଜବତ ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ରାଉରକେଲାରେ ନୂତନ ଏସପି ଯୋଗଦେବା ପରେ ଜୁଆ ଆଡ୍ଡା ଉପରେ ଏହା ପ୍ରଥମ କାର୍ଯ୍ୟାନୁଷ୍ଠାନ । ଯାହାକୁ ନେଇ ସହରରେ ଲାଗିରହିଛି ଚର୍ଚ୍ଚା ।

ରାଉରକେଲାରୁ ରାଜେନ୍ଦ୍ର ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details