ଓଡିଶା

odisha

ETV Bharat / city

ବାତ୍ୟା ପରେ ଜଳକଷ୍ଟରେ ଡହଳବିକଳ ବ୍ରହ୍ମଗିରିବାସୀ - fani

ଫନି ଠାରୁ ବଳିଗଲା ଜଳ କଷ୍ଟ । ପାଣି ଟୋପାଏ ପାଇଁ ଡହଳବିକଳ ବ୍ରହ୍ମଗିରିବାସୀ । ବାତ୍ୟାରେ ସମ୍ପୂର୍ଣ୍ଣ ଦୂଷିତ ହୋଇଯାଇଛି ଜଳାଶୟ । ଯେଉଁ ପାଣି ପିଇବା ତ ଦୂରର କଥା ଗୋଡ ବୁଡାଇଲେ କୁଣ୍ଡାଇ ହେଉଛି ।

ଫଟୋ ସୌଜନ୍ୟ: ପ୍ରତିନିଧି,ବ୍ରହ୍ମଗିରି

By

Published : May 16, 2019, 5:40 PM IST

ବ୍ରହ୍ମଗିରି : ଫନି ଠାରୁ ବଳିଗଲା ଜଳ କଷ୍ଟ । ଆଉ ପ୍ରଶାସନ ପାଲଟିଛି ନିରବଦ୍ରଷ୍ଟା । ପ୍ରଳୟଙ୍କରୀ ବାତ୍ୟା ଫନି ଦୋହଲାଇ ଦେଇଛି ଵ୍ରହ୍ମଗିରିର ମେରୁଦଣ୍ଡ। । ବାତ୍ୟା ଯିବାର 12 ଦିନ ବିତି ଯାଇଥିଲେ ମଧ୍ୟ ବ୍ରହ୍ମଗିରି ବ୍ଲକର ସୀମାନ୍ତ ଗ୍ରାମ ତଥା ତଳମାଳ ପଞ୍ଚାୟତର ବଡ଼ବାଲି ଓ ପୋଡାକେରା ଗ୍ରାମରେ ଦେଖାଦେଇଛି ଜଳ ସଙ୍କଟ ।

ଭିଡିଓ ସୌଜନ୍ୟ : ପ୍ରତିନିଧି,ବ୍ରହ୍ମଗିରି

2ଟି ଗ୍ରାମ ନିକଟରେ ବୋହି ଯାଇଛି ଲୁଣା ନଦୀ । ସେହି ନଦୀ ପାଣି ଆଣି ଗ୍ରାମବାସୀ ନିତିଦିନିଆ କାମରେ ବ୍ୟବହାର କରିଥାନ୍ତି । କିନ୍ତୁ ଗ୍ରାମବାସୀଙ୍କ କହିବା ଅନୁଯାୟୀ ବାତ୍ୟା ଫନି ଯିବାର ପର ଦିନ ଠାରୁ ନଦୀ ପାଣି ଦୂଷିତ ହୋଇଯାଇଛି।ସମ୍ପୂର୍ଣ୍ଣ କଳା ହୋଇଯାଇଛି ନଦୀ ପାଣି । ପିଇବା ଦୂର କଥା ପାଣିରେ ଗୋଡ ବୁଡାଇଲେ କୁଣ୍ଡାଇ ହେବା ସହ ଚର୍ମ ରୋଗ ହୋଇଯାଉଛି ।

ନଦୀ ପାଣି ପିଇ ଗାଈଗୋରୁ ମଲେଣି । ପାଣିରେ ପ୍ରତିଦିନ ମାଛ ଓ କୀଟ ପତଙ୍ଗ ମରି ଭାସୁଥିବାର ଲୋକେ ଅଭିଯୋଗ କରିଛନ୍ତି । ଦୁଇ ଗାଁରେ ଥିବା 5 ଟି ଢ଼ିଙ୍କିଆ କଳ ମଧ୍ୟରୁ 4ଟି ଅଚଳ ହୋଇ ପଡ଼ିଛି । ଗୋଟିଏ କଳରେ 122 ପରିବାରର 700 ସାହିରୁ ଊର୍ଦ୍ଧ୍ବ ଲୋକ ନିର୍ଭର କରୁଛନ୍ତି । ତାହା ମଧ୍ୟ ସମୟେ ସମୟେ ଖରାପ ହେଉଥିବା କହିଛନ୍ତି ଗ୍ରାମବାସୀ ।

ବାତ୍ୟା ପରେ ଘର ଓ ଖାଦ୍ୟ ପାଇଁ ଡହଳ ବିକଳ ହେଉଥିବା ଲୋକଙ୍କୁ ଜଳ କଷ୍ଟ ବୋଝ ଉପରେ ଲଲିତା ବିଡା ସାଜିଛି । ବ୍ଲକର ସୀମାନ୍ତ ଗ୍ରାମ ହୋଇଥିବାରୁ ପ୍ରଶାସନର ଦୃଷ୍ଟି ଆଢ଼ୁଆଳରେ ରହି ଯାଇଛି । ବାରମ୍ବାର ଜଳସେଚନ ବିଭାଗ ଓ ବ୍ଲକ ଅଧିକାରୀଙ୍କ ପାଖରେ ଗୁହାରି କଲେ ମଧ୍ୟ କେହି ଶୁଣୁ ନାହାଁନ୍ତି । ଏହାର ସମାଧାନ କରା ନଗଲେ ଗ୍ରାମବାସୀ ଅନ୍ଦୋଳନ କରିବାର ଚେତାବନୀ ଦେଇଛନ୍ତି । ଖୁବ ଶୀଘ୍ର ସେହି ଗ୍ରାମକୁ ଟ୍ୟାଙ୍କର ଯୋଗେ ପାନୀୟ ଜଳର ସୁବିଧା କରାଯିବ ବୋଲି ସ୍ଥାନୀୟ ବିଡିଓ ପ୍ରତିଶୃତି ଦେଇଛନ୍ତି ।

ବ୍ରହ୍ମଗିରିରୁ ଦେବାଶିଷ ଦାସ,ଇଟିଭି ଭାରତ

For All Latest Updates

ABOUT THE AUTHOR

...view details