ଓଡିଶା

odisha

ETV Bharat / city

ଲଗାଣ ବର୍ଷା: କୋଣାର୍କରେ କୃତ୍ରିମ ବନ୍ୟା, ଅସନ୍ତୋଷ ପର୍ଯ୍ୟଟକ - କୋଣାର୍କରେ କୃତ୍ରିମ ବନ୍ୟା ସ୍ଥିତି

ଲଗାଣ ବର୍ଷା ଯୋଗୁଁ ପୁରୀ କୋଣାର୍କ ସୂର୍ଯ୍ୟ ମନ୍ଦିରରେ ସୃଷ୍ଟି ହୋଇଛଇ କୃତ୍ରିମ ବନ୍ୟା ପରିସ୍ଥିତି । ଅଧିକ ପଢନ୍ତୁ...

ଲଗାଣ ବର୍ଷା: କୋଣାର୍କରେ କୃତ୍ରିମ ବନ୍ୟା ସ୍ଥିତି ସୃଷ୍ଟି, ଅସନ୍ତୋଷ ପର୍ଯ୍ୟଟକ
ଲଗାଣ ବର୍ଷା: କୋଣାର୍କରେ କୃତ୍ରିମ ବନ୍ୟା ସ୍ଥିତି ସୃଷ୍ଟି, ଅସନ୍ତୋଷ ପର୍ଯ୍ୟଟକ

By

Published : Sep 12, 2021, 4:43 PM IST

ପୁରୀ:ଲଘୁଚାପ ବର୍ଷା ଯୋଗୁଁ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ଲାଗି ରହିଛି । ଏଥିଲାଗି କୋଣାର୍କ ସୂର୍ଯ୍ୟ ମନ୍ଦିର ପରିସରରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଫଳରେ ପର୍ଯ୍ୟଟକ ମହଲରେ ଅସନ୍ତୋଷ ଦେଖିବାକୁ ମିଳିଛି ।

ଲଗାଣ ବର୍ଷା: କୋଣାର୍କରେ କୃତ୍ରିମ ବନ୍ୟା ସ୍ଥିତି ସୃଷ୍ଟି, ଅସନ୍ତୋଷ ପର୍ଯ୍ୟଟକ

ବିଶ୍ବ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିସରରେ ବର୍ଷା ଜଳ ଜମି ରହିଛି । ଫଳରେ ସୃଷ୍ଟି ହୋଇଛି କୁତ୍ରିମ ବନ୍ୟା । ବର୍ଷା ଜଳ ନିଷ୍କାସନ ହୋଇ ନଥିବାରୁ ସୂର୍ଯ୍ୟ ମନ୍ଦିର ବୁଲି ଆସିଥିବା ପର୍ଯ୍ୟଟକ ମାନେ ମନ୍ଦିର ପରିସରରେ ବୁଲାବୁଲି କରିବାରେ ବେଶ ଅସୁବିଧା ଭୋଗିଛନ୍ତି । ଫଳରେ ପର୍ଯ୍ୟଟକଙ୍କ ଭିତରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି । ଅନ୍ୟପଟେ ମନ୍ଦିର ପରିସରରେ ଜମିଥିବା ବର୍ଷା ଜଳକୁ ନିଷ୍କାସନ ନେଇ ପାଣି ମୋଟର ବ୍ୟବହାର କରାଯାଇଛି ।

ତେବେ ପ୍ରବଳ ବର୍ଷା ସମୟରେ କୋଣାର୍କ ମନ୍ଦିରରୁ ଜଳ ନିଷ୍କାସନ ନେଇ ଏକ ବଡ଼ ସମସ୍ୟା ରହି ଆସିଛି । ASI ପକ୍ଷରୁ ଏହି ସମସ୍ୟାର ସମାଧାନ ପାଇଁ ବିଭିନ୍ନ ମହଲରୁ ଦାବି ହୋଇ ଆସୁଛି । ହେଲେ କୌଣସି ସୁଫଳ ମିଳିନାହିଁ । ତେବେ ସୂଚନା ଥାଉ କି ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଥିବାରୁ ଗତକାଲି (ଶନିବାର)ଠାରୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ଜାରି ରହିଛି । ରାଜଧାନୀ ରାଜପଥରେ ବର୍ଷା ଜଳ ଢେଉ ଭାଙ୍ଗୁଥିବା ବେଳେ ଅନେକ ଅଞ୍ଚଳ ହୋଇଛି ଜଳମଗ୍ନ ।

ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details