ଓଡିଶା

odisha

ETV Bharat / city

Pipili bypoll: ଆଜି ପିପିଲି ପାଇବ ନେତା - pipili vote counting

ଆଜି ଆସିବ ପିପିଲି ଫଳ । କାହାର ହେବ ଜିତ୍ ଆଉ କାହାର ହେବ ହାର, ସେନେଇ ଆଜି ସକାଳ 8ଟାରୁ ଆରମ୍ଭ ହେବ ଭୋଟ୍ ଗଣତି । ଅଧିକ ପଢନ୍ତୁ...

Pipili bypoll: ଆଜି ହେବ ଭାଗ୍ୟ ନିର୍ଦ୍ଧାରଣ
Pipili bypoll: ଆଜି ହେବ ଭାଗ୍ୟ ନିର୍ଦ୍ଧାରଣ

By

Published : Oct 3, 2021, 7:14 AM IST

Updated : Oct 3, 2021, 8:49 AM IST

ପୁରୀ: କାହାର ହେବ ପିପିଲି ? କିଏ ଧରିବ ଶାସନ ମଙ୍ଗ ? ଆଜି ଏସବୁ କଳ୍ପନା ଜଳ୍ପନାର ଘଟିବ ଅନ୍ତ । କିଏ ଜିତିବ ପିପିଲି ପରୀକ୍ଷା ସେନେଇ ଆଜି ଆରମ୍ଭ ହେବ ଭୋଟ୍ ଗଣତି । ଗତ ୩୦ ତାରିଖ ଦିନ ପିପିଲି ଉପନିର୍ବାଚନ ପାଇଁ ମତଦାନ ହୋଇଥିବାବେଳେ ଆଜି(ରବିବାର) ଭୋଟ୍ ଗଣତି ହେବ । ଆଗାମୀ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଏହି ଉପନିର୍ବାଚନର ଫଳାଫଳ ଏବଂ ବିଜୟ ଭୋଟ୍ ବ୍ୟବଧାନ ବହୁ ଗୁରୁତ୍ବ ବହନ କରୁଥିବାରୁ ସବୁ ଦଳ ଏବେ ଫଳାଫଳକୁ ଅପେକ୍ଷା କରିଛନ୍ତି ।

ଆଜି ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହେବ । ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ପ୍ରଥମେ ପୋଷ୍ଟାଲ ବାଲାଟ୍ ଗଣତି ହେବ । ଏହାପରେ ଇଭିଏମରେ ପଡିଥିବା ଭୋଟ ଗଣନା ହେବ । ଦୁଇଟି ହଲରେ ଇଭିଏମ ଓ ଗୋଟିଏ ହଲରେ ପୋଷ୍ଟାଲ ବାଲାଟ୍ ଗଣତି ହେବ ।

ଇଭିଏମ ପାଇଁ ଗୋଟିଏ ହଲରେ ୭ଟି ଲେଖାଏଁ ଟେବୁଲ ପଡିବ । ଗଣତି କରିବାକୁ ୬୨ କର୍ମଚାରୀଙ୍କୁ ନିୟୋଜିତ କରାଯିବ । ଟେବୁଲ ନିକଟରେ ପ୍ରାର୍ଥୀମାନେ ସେମାନଙ୍କ ଏଜେଣ୍ଟ ରଖିପାରିବେ । ଏଥିସହ ଗଣତି କେନ୍ଦ୍ରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି । କାଉଣ୍ଟ ରେଜଲ୍ଟ କ୍ୟାମେରା ମାଧ୍ୟମରେ ସ୍କ୍ରିନିଂ କରାଯିବ । ଯାହା ଲୋକମାନେ ଦେଖାପାରିବେ । ରାଉଣ୍ଡ ୱାଇଜ ରେଜଲ୍ଟ ପ୍ରକାଶ କରାଯିବ ।

ଉଲ୍ଲେଖଯୋଗ୍ୟ, ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀର ମୋଟ ୨ ଲକ୍ଷ ୨୯ ହଜାର ୯୯୮ ଜଣ ଭୋଟର ମତଦାନ କରିଥିବାବେଳେ ସେମାନଙ୍କ ମଧ୍ୟରୁ ୭୮.୨୫ ପ୍ରତିଶତ ନିଜ ମତସାବ୍ୟସ୍ତ କରିଛନ୍ତି । ମହାରଥୀ ଗଡ ହାତରୁ ଖସିବ ନା ପୁଣି ଗଡରେ ମହାରଥୀଙ୍କ ଶାସନ ଚାଲିବ, ଆଜି ତାହାର ହେବ ଭାଗ୍ୟ ନିର୍ଦ୍ଧାରଣ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 3, 2021, 8:49 AM IST

ABOUT THE AUTHOR

...view details