ଓଡିଶା

odisha

ETV Bharat / city

ସୁଆଣ୍ଡୋରେ 5T ସଚିବ, ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର କଲେ ସମୀକ୍ଷା - ଗୋପବନ୍ଧୁଙ୍କ ଜନ୍ମ ସ୍ଥାନରେ 5T ସଚିବ

ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମ ସ୍ଥାନରେ 5T ସଚିବ । ଆଜି (ଶନିବାର) ପୁରୀ ଜିଲ୍ଲା ସୁଆଣ୍ଡୋ ଗସ୍ତରେ 5T ସଚିବ ଭିକେ ପାଣ୍ଡିଆନ । ଅଧିକ ପଢ଼ନ୍ତୁ

vk pandian visits gopabandu das's birth place suando
ଗୋପବନ୍ଧୁଙ୍କ ଜନ୍ମ ସ୍ଥାନରେ 5T ସଚିବ, ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର କଲେ ସମୀକ୍ଷା

By

Published : Apr 16, 2022, 10:50 AM IST

Updated : Apr 16, 2022, 11:00 AM IST

ପୁରୀ: ଆଜି (ଶନିବାର) ପୁରୀ ଜିଲ୍ଲା ସୁଆଣ୍ଡୋ (ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମ ସ୍ଥାନ) ଗସ୍ତରେ 5T ସଚିବ ଭିକେ ପାଣ୍ଡିଆନ । ସୁଆଣ୍ଡୋରେ ଚାଲିଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ।

ସୁଆଣ୍ଡୋରେ 5T ସଚିବ, ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର କଲେ ସମୀକ୍ଷା

ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମ ପୀଠ ପୁରୀ ସତ୍ୟବାଦୀର ସୁଆଣ୍ଡୋ ଗ୍ରାମକୁ 5T ସଚିବ ଭିକେ ପାଣ୍ଡିଆନ ଗସ୍ତ କରିଛନ୍ତି । ପୀଠର ବିକାଶ ନିମନ୍ତେ କରାଯାଉଥିବା କାର୍ଯ୍ୟ ବୁଲି ଦେଖିବା ସହିତ ସେଠାକାର ସ୍ଥିତି ସମୀକ୍ଷା କରିଛନ୍ତି । ସୁଆଣ୍ଡୋ ଗ୍ରାମରେ ଥିବା ଶିବ ମନ୍ଦିର,2ଟି ପୋଖରୀ,ପୈତୃକ ବାସଗୃହ, ଗ୍ରାମକୁ ରାସ୍ତା, ପାର୍କ କାର୍ଯ୍ୟର ବିକାଶ କରାଯାଉଛି । ଏହି ସମସ୍ତ କାର୍ଯ୍ୟ ପାଇଁ 24 କୋଟି ଟଙ୍କା ବଜେଟ କରାଯାଇଛି ।

ତେବେ ଆସନ୍ତା 3 ମାସ ଭିତରେ ସମସ୍ତ ଉନ୍ନତି ମୂଳକ କାର୍ଯ୍ୟ ଶେଷ ପାଇଁ ଲକ୍ଷ୍ୟ ରଖାଯାଇଛି । ଏହି ଅଵସରରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପରିବାର ଲୋକଙ୍କ ସହ ରାଜ୍ୟ ସରକାରଙ୍କ 5T ସଚିବ ବିକାଶ ମୂଳକ କାର୍ଯ୍ୟ ନେଇ ଆଲୋଚନା କରିଥିଲେ। ଆସନ୍ତା ଅଗଷ୍ଟ 15 ସୁଦ୍ଧା ସମସ୍ତ କାର୍ଯ୍ୟ ଶେଷ ହୋଇ ଏହାକୁ ଲୋକାର୍ପଣ କରାଯିବାର ଲକ୍ଷ ରଖାଯାଇଥିବା କୁହାଯାଇଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Apr 16, 2022, 11:00 AM IST

ABOUT THE AUTHOR

...view details