ଓଡିଶା

odisha

ETV Bharat / city

ମହିଳାଙ୍କ ହାତରୁ ଚୁଡି ଓ ସୁନାଚେନ ଝାମ୍ପିନେଲେ ନକଲି ପୋଲିସ - ପୋଲିସର ପରିଚୟ ଦେଇ ଲୁଟ

ପୁରୀ ସାମନ୍ତ ଚନ୍ଦ୍ରଶେଖର କଲେଜ ଛକ ନିକଟରେ ପୋଲିସର ପରିଚୟ ଦେଇ ଦୁର୍ବୃତ୍ତମାନେ ଦୁଇଜଣ ମହିଳାଙ୍କ ଠାରୁ ପ୍ରାୟ ଦେଢଭରି ଓଜନର ସୁନା ଚେନ୍ ଓ ହାତ ଖଡୁ ଲୁଟି ନେଇଛନ୍ତି ।

ପୋଲିସ ପରିଚୟ ଦେଇ ମହିଳାଙ୍କୁ ଲୁଟ୍‌

By

Published : Oct 14, 2019, 10:13 PM IST

ପୁରୀ: ପୁରୀ ଭଳି ଏକ ଜନଗହଳିପୂର୍ଣ୍ଣ ସହରରେ ଆଜି ଅଭିନବ ଢଙ୍ଗରେ ଲୁଟ୍ ହୋଇଛି । ପୋଲିସର ପରିଚୟ ଦେଇ ଦୁର୍ବୃତ୍ତମାନେ ଦୁଇଜଣ ମହିଳାଙ୍କ ଠାରୁ ପ୍ରାୟ ଦେଢଭରି ଓଜନର ସୁନା ଚେନ୍ ଓ ହାତ ଖଡୁ ଲୁଟି ନେଇଛନ୍ତି । ଏଭଳି ଘଟଣା ଘଟିଛି ସାମନ୍ତ ଚନ୍ଦ୍ରଶେଖର କଲେଜ ଛକ ନିକଟରେ । ତେବେ ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସିଟିଭି ଅନୁଧ୍ୟାନ କରି ଦୁର୍ବୃତ୍ତଙ୍କୁ ଧରିବାକୁ ପୋଲିସ ଉଦ୍ୟମ ଚଳାଇଛି ।

ପୋଲିସ ପରିଚୟ ଦେଇ ମହିଳାଙ୍କୁ ଲୁଟ୍‌

ସୂଚନା ମୂତାବକ ଦୁଇଜଣ ମହିଳା ଉର୍ମିଳା ନାୟକ ଓ ବିନୋଦିନୀ ନାୟକ ପରିବା କିଣିବା ପାଇଁ ପୂର୍ବାହ୍ନ 10ଟା ବେଳେ ବଜାରକୁ ଯାଉଥିଲେ । ସେହି ସମୟରେ ଦୁଇଜଣ ଯୁବକ ବାଟରେ ତାଙ୍କୁ ଅଟକାଇଥିଲେ । ସେମାନେ ପୋଲିସ, ସାଧା ପୋଷାକରେ ଅଛନ୍ତି ବୋଲି ପରିଚୟ ଦେଇ ଆଗରେ ସ୍ନାନିଂ ହେଉଛି ତମେ କାହିଁକି ସୁନାଗହଣା ପିନ୍ଧିକି ଯାଉଛ ବୋଲି ତାଗିଦ କରିଥିଲେ । ଗହଣା କାଢ଼ି ତମ ଲୁଗାରେ ବାନ୍ଧିଦିଅ ବୋଲି କହିଥିଲେ ।

ଉକ୍ତ ମହିଳା ସେମାନଙ୍କର ଚେନ୍ ଓ ହାତ ଖଡୁ ବାହାର କରି ଲୁଗାରେ ବାନ୍ଧିବା ସମୟରେ ଆଉ ଜଣେ ଦୁର୍ବୃତ୍ତଙ୍କ ସହଯୋଗୀ ତାଙ୍କ ହାତରୁ ଝାମ୍ପିନେଇ ସମସ୍ତେ ମୋଟର ସାଇକେଲରେ ଫେରାର ହୋଇଗଲେ । ଏନେଇ ପୁରୀ ଟାଉନଥାନାରେ ଏକ ମାମଲା ରୁଜୁ ହେବାସହ ପୋଲିସ ତଦନ୍ତ ଚଳାଇଛି । କିନ୍ତୁ ଏଯାଏଁ ପୋଲିସ ଦୁର୍ବୃତ୍ତମାନଙ୍କ ପାଖରେ ପହଞ୍ଚିବାକୁ ସକ୍ଷମ ହୋଇନଥିବା ଜଣାପଡିଛି । ତେବେ ପୁରୀ ସହରରେ ଦିନକୁ ଦିନ ଚୋରି, ଡକାୟତି ବଢି ଚାଲିଥିବାବେଳେ ପୋଲିସର ନିଷ୍କ୍ରିୟତାକୁ ନେଇ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details