ଓଡିଶା

odisha

ETV Bharat / city

କୁମ୍ଭକାରଙ୍କ ବିକାଶ ଚିନ୍ତା; କେନ୍ଦ୍ରମନ୍ତ୍ରୀ ବାଣ୍ଟିଲେ ବିଦ୍ୟୁତ ଚାଳିତ ଚକ - କେନ୍ଦ୍ରମନ୍ତ୍ରୀ ବାଣ୍ଟିଲେ ବିଦ୍ୟୁତ ଚାଳିତ ଚକ

ଦୁର୍ଦିନରେ ଥିବା କୁମ୍ଭକାରଙ୍କୁ ସ୍ବାବଲମ୍ବୀ କରାଇବା ପାଇଁ କେନ୍ଦ୍ର ସରକାର ଅନେକ ଉଦ୍ୟମ ଆରମ୍ଭ କରିଛନ୍ତି । ଗୁରୁବାର ପୁରୀରେ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀ କୁମ୍ଭକାରଙ୍କୁ ବାଣ୍ଟିଛନ୍ତି ବିଦ୍ୟୁତ ଚାଳିତ ଚକ ।

electric while at puri
electric while at puri

By

Published : Jan 9, 2020, 6:57 PM IST

ପୁରୀ: କେନ୍ଦ୍ର ସରକାରଙ୍କ କ୍ଷୁଦ୍ର, ଅଣୁ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ବିଭାଗ ତରଫରୁ କୁମ୍ଭକାରଙ୍କ ଅର୍ଥନୈତିକ ବିକାଶ ପାଇଁ ବଡ ପଦକ୍ଷେପ ନିଆଯାଇଛି । ମାଟିରେ ତିଆରି କରୁଥିବା ବିଭିନ୍ନ ସାମଗ୍ରୀ ପାଇଁ କୁମ୍ଭକାର ମାନେ କାଠ ତିଆରି ଶଗଡ ଚକ ବ୍ୟବହାର କରୁଥିଲେ । ତେବେ କେନ୍ଦ୍ର ସରକାର ଏବେ କୁମ୍ଭକାରଙ୍କୁ ବିଦ୍ୟୁତ ଚାଳତି ଚକ ଯୋଗାଇ ଦେଇଛନ୍ତି ।

କେନ୍ଦ୍ରମନ୍ତ୍ରୀ ବାଣ୍ଟିଲେ ବିଦ୍ୟୁତ ଚାଳିତ ଚକ


ଗୁରୁବାର ପୁରୀ ଶରଧା ବାଲିରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ର ଅଣୁ, କ୍ଷୁଦ୍ର, ଓ ମଧ୍ୟମ ଶିଳ୍ପ ମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଏହି ବିଦ୍ୟୁତ ଚାଳିତ ଚକ କୁମ୍ଭକାରଙ୍କୁ ବଣ୍ଟନ କରିଛନ୍ତି । ବିଦ୍ୟୁତ ଚାଳିଚ ଚକ ଦ୍ବାରା କୁମ୍ଭକାର ମାନେ କମ ସମୟରେ ଅଧିକ ମାଟି ପଦାର୍ଥ ଉତ୍ପାଦନ କରି ସ୍ବାବଲମ୍ବୀ ହୋଇ ପାରିବେ। ଏହାସହ ବିଦ୍ୟୁତ ଚାଳିତ ଚକ ବ୍ୟବହାର ଫଳରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଭୋଗ ନେଇ ଅଭାବ ପଡୁଥିବା ମାଟି କୁଡୁଆର ସମସ୍ୟା ସମାଧାନ ହୋଇ ପାରିବ ବୋଲି ମନ୍ତ୍ରୀ କହିଛନ୍ତି ।


ଅଗାମୀ ଦିନରେ ବିଭାଗ ଏହିଭଳି କାର୍ଯ୍ୟକ୍ରମ ଆହୁରି ଆୟୋଜନ କରି କୁମ୍ଭକାର ମାନଙ୍କୁ ବିଦ୍ୟୁତ ଚଳିତ ଚକ ପ୍ରଦାନ କରିବ। ଏଥି ସହିତ ଭାରତରେ କ୍ଷୁଦ୍ର ଶିଳ୍ପ କିଭଳି ବିକାଶ କରିବ ସେ ନେଇ ଉଦ୍ୟମ କରାଯାଉଥିବା କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀ କହିଛନ୍ତି। ମନ୍ତ୍ରୀ ଆହୁରି କହିଛନ୍ତି ଦେଶରେ ଥିବା 4 ଶହ ରେଲୱେ ଷ୍ଟେସନରେ ମାଟି ପାତ୍ର ବ୍ୟବହାର ନେଇ କେନ୍ଦ୍ର ସରକାର ନିଷ୍ପତି ନେଇଛନ୍ତି। ଯଦ୍ବାରା ମାଟିପାତ୍ରର ବହୁଳ ଆବଶ୍ୟକତା ପଡିବ ଓ ଏହା ଦ୍ବାରା କୁମ୍ଭକାର ମାନେ ବିଶେଷ ଲାଭ ଉଠାଇ ପାରିବେ ବୋଲି ମନ୍ତ୍ରୀ କହିଛନ୍ତି । କେନ୍ଦ୍ର ସରକାର ଗ୍ରାମୀଣ ଭିତ୍ତିକ କ୍ଷୁଦ୍ର ଶିଳ୍ପ ବିକାଶ ନେଇ ଅନେକ ଯୋଜନା କରିଥିବା କେନ୍ଦ୍ର ମନ୍ତ୍ରୀ କହିଛନ୍ତି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details